• Home
  • News
  • ରାଜ୍ୟରେ ତାପମାତ୍ରା ବୃଦ୍ଧି : ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ
News

ରାଜ୍ୟରେ ତାପମାତ୍ରା ବୃଦ୍ଧି : ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

“ତାତିଲା ରାଜଧାନୀ”

ରାଜ୍ୟ ତମାମ ତାପମାତ୍ରା ବୃଦ୍ଧି ପାଇଛି। ଗତକାଲି ୭ଟି ସ୍ଥାନରେ ପରାଦ ୩୪ ଡିଗ୍ରୀ ସେଲସିୟସ ଟପିଛି। ଏଥି ମଧ୍ୟରୁ ୩ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଗତ ୪ ଦିନରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ଉପରକୁ ଡେଇଁଲାଣିି। ଚଳିତ ମାସ ଶେଷ ଆଡକୁ ତାତି ୩୮ ଡିଗ୍ରୀ ଟପିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ଆସନ୍ତା ୨୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲା ସମେତ ଢେଙ୍କାନାଳ ଓ ଅନୁଗୋଳ ଜିଲାର କେତେକ ସ୍ଥାନରେ ଘନ କୁହୁଡି ପଡ଼ିବ। ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖିବା ସମ୍ଭବ ହେବନାହିଁ। ଯାନବାହନ ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି।

ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୬ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ୩୫.୫, ଅନୁଗୁଳରେ ୩୫.୧ ଡିଗ୍ରୀ ରେକର୍ଡ ହୋଇଛି । ପାରାଦ୍ୱୀପକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରକୁ ଚାଲିଯାଇଛି । ସୋମବାର ଅପେକ୍ଷା ଗତକାଲି ସମସ୍ତ ସହରର ତାପମାତ୍ରାରେ ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱରର ତାପମାତ୍ରା ୩୪ ଡିଗ୍ରୀ ଟପି ୩୪.୨ ଡିଗ୍ରୀରେ ପହଞ୍ଚିଛି। ଗତ ସପ୍ତାହ ହେଲା କୋହଲା ପାଗ ରହିଥିବାରୁ ତାତି ଟିକିଏ କମ୍ ଅନୁଭୂତ ହେଉଥିବା ବେଳେ ଏବେ ପୁଣିଥରେ ବୃଦ୍ଧି ପାଇଛି । ଏହାବ୍ୟତୀତ ୩ଟି ସହର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା।

ରାଜ୍ୟରେ ତାପମାତ୍ରା ବୃଦ୍ଧି : ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ tempertaure

ପଢନ୍ତୁ;

କୁମ୍ଭାରୀ ନିର୍ବାଚନୀ ସଭାରେ ଅଭାବନୀୟ କାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ ଯୁବକ

 

 

Related posts

ଓଆରଏଚଡିସି ଦୁର୍ନୀତି ମାମଲା:ଆଇଏଏସ ବିନୋଦ କୁମାରଙ୍କୁ ମିଳିଲା ଜାମିନ

Krishna Kumar Manoj

ସୁଷମା ସ୍ୱରାଜ : ଇରାକରେ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସ୍‌ଆଇଏସ୍

Krishna Kumar Manoj

କେ.କରୁଣାନିଧିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More