News

ଆହୁରି ବଢିବ ତାତି,୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଟପିଲାଣି

ଆଜି ଆହୁରି ବଢିବ ତାତି। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ବଢ଼ୁଛି ତାତି। ୧୨ଟି ସହରର ତାପମାତ୍ରା ଇତି ମଧ୍ୟରେ ୩୫ ଡିଗ୍ରି ଟପିଲାଣି। ମାଲକାନଗିରିର ତାପମାତ୍ରା ଲଗାତାର ୩୮ ଡିଗ୍ରି ଉପରେ ରହୁଥିବା ବେଳେ ଆଜି ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି।

ସେପଟେ ଭୁବନେଶ୍ୱର ଓ କଟକରେ ବି ତାପମାତ୍ରା ୩୬.୨ ଡିଗ୍ରି ରହିଥିଲା। ୨୪ ଘଣ୍ଟା ମଧ୍ୟରେ ଏହି ଦୁଇ ସହରର ତାପମାତ୍ରା ଦେଢ଼ ଡିଗ୍ରି ବୃଦ୍ଧି ପାଇଛି ।

ସୂଚନା ଅନୁସାରେ ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ବଢିବ। ଆସନ୍ତାକାଲିଠୁ କାଳବୈଶାଖୀ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ପାଗରେ ପୁଣି ପରିବର୍ତ୍ତନ ହେବ।

ପଢନ୍ତୁ; ରାହୁଲ କହିଲେ “ମସୁଦ ଆଝାରଜୀ”: ପ୍ରତିଆକ୍ରମଣ କଲା ବିଜେପି

Related posts

ଭୁବନେଶ୍ୱର ବଜାରରେ ନକଲି ଘିଅ, କାରଖାନା ଠାବ ସହ ୬ ଜଣ ଗିରଫ

ENO Beuro

ପୁଣି ବାବଙ୍କ ନାଁରେ କଳଙ୍କ:ଦାତି ମହାରାଜଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ

ENO Beuro

‘ଚନ୍ଦ୍ରଯାନ-୨’ ଐତିହାସିକ ମୁହୂର୍ତ୍ତ ଆଉ ଅଳ୍ପ ଦୂର, ମଧ୍ୟରାତ୍ରିରେ ଚନ୍ଦ୍ରରେ ପାଦ ରଖିବ ଭାରତ

Ratnamani Moharana

Leave a Comment