• Home
  • News
  • ଦୁଷ୍କର୍ମ ଅଭିଯୋଗରେ ମନ୍ଦିର ପୂଜକ ଗିରଫ
News

ଦୁଷ୍କର୍ମ ଅଭିଯୋଗରେ ମନ୍ଦିର ପୂଜକ ଗିରଫ

ହରିୟାଣାର ଫତେହାବାଦ ଜିଲ୍ଲା ଅନ୍ତର୍ଗତ ତୋହାନା ସହରରେ ଥିବା ବାଲକ୍‌ନାଥ ମନ୍ଦିରର ଜଣେ ୬୦ ବର୍ଷୀୟ ପୂଜକ ବଳାତ୍କାର ଅଭିଯୋଗରେ ଗିରଫ ହୋଇଛନ୍ତି। ୧୨୦ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସୂଚନା ମିଳିଛି। ତାଙ୍କ ନାଁ ବାବା ଅମରପୁରୀ (୬୦)। ସ୍ଥାନୀୟ ଅଞ୍ଚଳରେ ସେ ‘ବିଲ୍ଲୁ’ ନାଁରେ ଜଣାଶୁଣା।

ଏ ନେଇ ଡିଏସ୍‌ପି ଯୋଗିନ୍ଦ୍‌ ଶର୍ମା କହିଛନ୍ତି ଯେ, ପ୍ରଥମେ ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ପରେ ଘଟଣାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ମହିଳାଙ୍କୁ ଉକ୍ତ ପୂଜକ ବଳାତ୍କାର କରୁଥିବାର ଅନେକ ଭିଡିଓ ଇଣ୍ଟରନେଟ୍‌ରେ ଘୂରିବୁଲୁଥିବା ଜଣାପଡ଼ିଥିଲା। ପୋଲିସ ପକ୍ଷରୁ ମନ୍ଦିର ପରିସରରେ ଚଢ଼ାଉ କରାଯାଇ ପୂଜକଙ୍କ ସହ ଜଡ଼ିତ ବିଭିନ୍ନ ସନ୍ଦେହଜନକ ଲେଖା ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

ବାବା ଅମରପୁରୀ ତାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ସେ କହିଛନ୍ତି। ପୁଲିସ୍ ଏନେଇ ମାମଲା ରୁଜୁ କରିଛି ଓ ତଦନ୍ତ ଜାରି ରଖିଛି। ଉକ୍ତ ଭିଡିଓ କ୍ଲିପ୍‌ଗୁଡ଼ିକୁ ପୁଲିସ୍ ଯାଞ୍ଚ କରୁଛି।

ଦୁଷ୍କର୍ମ ଅଭିଯୋଗରେ ମନ୍ଦିର ପୂଜକ ଗିରଫ ଦୁଷ୍କର୍ମ ଅଭିଯୋଗରେ ମନ୍ଦିର ପୂଜକ ଗିରଫ rape

ପଢନ୍ତୁ; ବର୍ଷା ପାଇଁ ବାତିଲ ହେଲା ପରୀକ୍ଷା

Related posts

ମଧ୍ୟପ୍ରଦେଶ: ପୋଲ ଉପରୁ ଖସିପଡ଼ିଲା ମିନିଟ୍ରକ୍‌ ,୨୧ ମୃତ୍ୟୁ

Krishna Kumar Manoj

ଚା’ ବାଲାଙ୍କ ପୁଅ ହେଲେ ମିଷ୍ଟର ଇଣ୍ଡିଆ ୟୁନିଭର୍ସ ୨୦୧୮,ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟତା !

Krishna Kumar Manoj

Govt Has Made It Mandatory To Print MRP, Other Details Must For Items Sold Online

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More