News

ରାଜଧାନୀରେ ଚାଞ୍ଚଲ୍ୟ : ଭିଡିଓ ଭାଇରାଲ କଲେ ମନ୍ଦିର ପୂଜକ

ମହିଳା ଥାନାରେ ଅଭିଯୋଗ କଲେ ପୀଡିତା

ରାଜଧାନୀରୁ ଆସିଛି ସାଂଘାତିକ ଅଭିଯୋଗ। ମନ୍ଦିରର ପୂଜକ ପାଲଟିଛନ୍ତି ମହାପାପୀ ।ରାଜଧାନୀରେ ମନ୍ଦିରର ଜଣେ ପୂଜକ ଯୁବତୀଙ୍କ ଭିଡିଓ ଭାଇରାଲ କରିଥିବା ଭୁବନେଶ୍ୱର ମହିଳା ଥାନାରେ ମଙ୍ଗଳବାର ଅଭିଯୋଗ ହୋଇଛି । ପୂଜକଙ୍କ ନାଁରେ ଆସିଛି ଏହି ଅଭିଯୋଗ । ଘରକୁ ଡାକ ନେଇ ସଂପୃକ୍ତ ପୂଜକ ଯୁବତୀଙ୍କୁ ନିଶା ଦେବା ପରେ ଭିଡିଓ ଓ ଫଟୋ ଭାଇରାଲ କରିଛନ୍ତି।

ସୂଚନା ଅନୁସାରେ , ସଂପୃକ୍ତ ଯୁବତୀ ପୂଜକଙ୍କ ଘରୁ ଯିବା ଆସିବା କରୁଥିଲେ । ଆଉ ଏହାର ସୁଯୋଗ ନେଇ ପୂଜକ ଯୁବତୀଙ୍କୁ ଖାଦ୍ୟ/ପାନୀୟରେ ନିଶା ଦେଇ ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଉଠାଇଥିଲେ। ତା’ପରେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ପୂଜକ । ଆଉ ଏହାର ସୁଯୋଗ ନେଇ ଯୁବତୀଙ୍କୁ ନିଶା ଦେଇ ଭିଡିଓ ଉଠାଇବା ସହ ଫଟୋ ଭାଇରାଲ କରିଛନ୍ତି ପୂଜକ।

ଯୁବତୀ ତାଙ୍କ କଥାରେ ରାଜି ନହେବାରୁ ସେ ପରବର୍ତ୍ତୀ ସମୟରେ ଭିଡିଓ ଓ ଫଟୋ ଭାଇରାଲ କରି ଦେଇଛନ୍ତି।  ଅଭିଯୁକ୍ତ ପୂଜକର ଘର ଝାରପଡ଼ାରେ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି ।  ଜଣେ ପୂଜକ କିଭଳି ଏଭଳି କାଣ୍ଡ କରିପାରିଲେ ସେ ନେଇ ବି ପ୍ରଶ୍ନ ଉଠିଛି । ଦୁଷ୍କର୍ମ ଘଟଣା ଦେଶକୁ ଦୋହଲାଇଦେଇଥିବାବେଳେ ସବୁଠାରୁସରୁକ୍ଷିତ କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ପଢନ୍ତୁ ;

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ବଢ଼ିଲା ମହଙ୍ଗା ଭତ୍ତା

Related posts

ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ତାଲିକାରେ ଓଡ଼ିଶା ବହୁ ପଛରେ

Ratnamani Moharana

ଗୁଜରାଟରେ ବିଭୀଷିକା ରଚିବ ବାତ୍ୟା ‘ବାୟୁ’

Ratnamani Moharana

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମିଳିତ ଜାତିସଂଘ ସାଧାରଣ ପରିଷଦର ନିର୍ବାଚିତ ଅଧ୍ୟକ୍ଷ

ENO Beuro

Leave a Comment