News

୮୦.୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ନୂଆ ସାଂସଦଙ୍କ ରହଣି ପାଇଁ ଅସ୍ଥାୟୀ ଗେଷ୍ଟହାଉସ୍

ବର୍ତ୍ତମାନ ଦେଶରେ ଚାଲିଛି ନିର୍ବାଚନ । ଆସନ୍ତା ମେ’ ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବ। ଏହାପରେ ଦେଶର ବିଭିନ୍ନ ରାଜ୍ୟରୁ ନବ ନିର୍ବାଚିତ ସାଂସଦମାନେ ଦିଲ୍ଲୀ ଯିବେ । ନବ ନିର୍ବାଚିତ ସାଂସଦଙ୍କ ସଂଖ୍ୟା କେତେ ହେବ ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡ଼ିବ। ତେବେ ଏହାର ଯଥେଷ୍ଟ ଅବ୍ୟବହିତ ପୂର୍ବରୁ ସେମାନଙ୍କ ଅସ୍ଥାୟୀ ରହଣି ପାଇଁ ଲୋକସଭା ସଚିବାଳୟ  ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

୧୭ତମ ଲୋକସଭାରେ ନବନିର୍ବାଚିତ ସାଂସଦମାନଙ୍କୁ ଏଥର ଦିଲ୍ଲୀର ଜନପଥ ସ୍ଥିତ ୱେଷ୍ଟର୍ଣ୍ଣ କୋର୍ଟରେ  ଅସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା କରାଯାଉଛି। ଗତବର୍ଷ ଏପ୍ରିଲ ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସି ଭବନ ବିଲ୍ଡିଂର ଉଦ୍‌ଘାଟନ କରାଯାଇଥିଲା। ଆନେକ୍ସି ଭବନ ବିଲ୍ଡିଂରେ ସାଂସଦମାନଙ୍କ ରହିବା ପାଇଁ ୧୬୪ଟି ରୁମ୍‌  ରହିଛି। ୩୯୧ଟି କାର୍ ପାର୍କିଂ କରାଯିବାର ବ୍ୟବସ୍ଥା ମଧ୍ୟ ବେସ୍‌ମେଣ୍ଟରେ ରହିଛି। ପୁରୁଷ ଓ ମହିଳାଙ୍କ ପାଇଁ ଜିମ୍‌ର ବ୍ୟବସ୍ଥା କରାଯାଇଛି।

ପଢନ୍ତୁ: ‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

Related posts

ଓଡିଶା ଛୁଇଁଲା ‘ଡାଏ’,ଆଜି ବି ପ୍ରବଳ ବର୍ଷା

ENO Beuro

ଜଗା ଖେଳୁଛି, ହେଲେ ହଠାତ୍ ବଳିଆକୁ ଆସୁଛି ଜ୍ବର, କାରଣ ଖୋଜୁଛନ୍ତି ବିଶେଷଜ୍ଞ ଦଳ

Ratnamani Moharana

୫ଟି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ

Ratnamani Moharana

Leave a Comment