Featured

ଅବସାଦ ମଣିଷର ବଡ ଶତ୍ରୁ, ଅବସାଦର ନିୟନ୍ତ୍ରଣ ପାଇଁ ଆପଣାନ୍ତୁ କେତେକ ଉପାୟ

ଆଜିକାଲିର ବ୍ୟସ୍ତ ମୟ ଜୀବନରେ ଅବସାଦ ର ସମ୍ମୁଖୀନ ହେବା ସାଧାରଣ କଥାରେ ପରିଣତହୋଇଗଲାଣି । ଏହାକୁ ଦୂର କରିବା ଲାଗି କେତେକ ଉପାୟ ଅବଲମ୍ବନ କରିବାକୁପଡିଥାଏ ।

ଯଦି ଜଣେ ବ୍ୟକ୍ତି ନିୟମିତ ବ୍ରେକ୍ ଫାଷ୍ଟ ଖାଆନ୍ତି ତେବେ ତାଙ୍କର ମାନସିକତା ସକାରାତ୍ମକ ରହିଥାଏ । ଫଳରେ ଜଣେ ବ୍ୟକ୍ତି ଟେନସନ ଠାରୁ ଅନେକାଂଶରେ ଦୂରରେ ରହିଥାଏ । କିନ୍ତୁ ଏହି ବ୍ରେକ୍ ଫାଷ୍ଟରେ ତଟକା ଫଳମୂଳ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇଲେ ତାହା ଆହୁରି ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ ।

ଯେଉଁମାନେ ନିୟମିତ ବ୍ରେକ୍ ଫାଷ୍ଟ ଖାନ୍ତି ସେମାନଙ୍କ ମାନସିକତା ଅନ୍ୟମାନଙ୍କ ଅପେକ୍ଷା ସାକାରତ୍ମକ ରହେ ଏବଂ ସେମାନେ ଟେନସନ ରୁ ଅନେକାଂଶରେ ଦୂରେଇ ରହିବାରେ ସକ୍ଷମ ହୁଅନ୍ତି ।

ବୃଦ୍ଧିମତ୍ତାକୁ ପ୍ରଭାବିତ କରେ ଅବସାଦ:

ଆଜିକାଲିର ବ୍ୟସ୍ତମୟ ଜୀବନରେ ଅବସାଦର ସମ୍ମୁଖାନ ହେବା କିଛି ନୂଆ କଥା ନୁହେଁ । ଅତ୍ୟଧିକ କାମ, ସାମାନ୍ୟ କଥାକୁ ନେଇ ଅତ୍ୟଧିକ ଚିନ୍ତା କରିବା, ପାରିବାରିକ ସମସ୍ୟା ପରି କେତୋଟି କାରଣ ଅବସାଦ ପାଇଁ ମୁଖ୍ୟତଃ ଦାୟୀ । ଏହାର ପ୍ରଭାବ କେବଳ ଦୈନନ୍ଦିନ ଜୀବନଶୈଳୀ ନୁହେଁ ଶରୀର ଉପରେ ମଧ୍ୟ ପଡିଥାଏ । ଆମେ ଏ ନେଇ କେତେକାଂଶରେ ଅବଗତ ଥିଲେ ମଧ୍ୟ ଅବସାଦ କବଳରୁ ନିଜକୁ ଦୁରାଇ ରଖିବା ପ୍ରାୟତଃ ସମ୍ଭବ ହୋଇ ନ ଥାଏ । ତେଣୁ କାମ କରିବା ସମୟରେ ନିଜର ମାନସିକତାକୁ ଯେତେ ସକାରାତ୍ମକ ରଖିବା ତାହା ସେତେ ଭଲ।

ଅତ୍ୟଧିକ ଅବସାଦ ମସ୍ତିଷ୍କକୁ ପ୍ରଭାବିତ କରେ:

ଆଜିକାଲିର ବ୍ୟସ୍ତମୟ ଜୀବନରେ ଅବସାଦଗ୍ରସ୍ତ ଦେବା କିଛି ନୂଆ କଥା ନୁହେଁ । କିନ୍ତୁ ଏଭଳି ସମସ୍ୟା ଅଧିକ ସମୟ ଲାଗି ରହିଲେ ତାହା ମସ୍ତିଷ୍କର କାର୍ଯ୍ୟକୁ ଅନେକାଂଶରେ ପ୍ରଭାବିତ କରିଥାଏ । ଜଣେ ବ୍ୟକ୍ତି ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହିଲେ ତାହାର ପ୍ରଭାବ ମସ୍ତିଷ୍କର ଉପରେ ପଡିଥାଏ । କେବଳ ସେତିକି ନୁହେଁ ଭିବିଷ୍ୟତରେ ଏହା କେତେକ ସ୍ନାୟୁଜନିତ ରୋଗର କାରଣ ସାଜିଥାଏ । ଅବସାଦଠାରୁ ଦୂରେଇ ରହିବା ପାଇଁ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ – ଆଣିବା ସହ ସକାରାତ୍ମକ ମାନସିକତା ସହ କାମ କରିବା ଦରକାର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅବସାଦ:

ଅବସାଦଗ୍ରସ୍ତ ହେଲେ ତାହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏପରି କି ଏହା କେତେକ ରୋଗର ପରୋକ୍ଷ କାରଣ ସାଜିଥାଏ । ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହନ୍ତି ତେବେ ତାହାର ପ୍ରଭାବ ତାଙ୍କର ବୁଦ୍ଧିମତ୍ତା ଉପରେ ପଡିଥାଏ  ।ତେଣୁ ଏଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଅବସାଦଠାରୁ ନିଜକୁ ଯେତେ ସମ୍ଭବ  ଦୂରେଇ ରଖିବା ଦରକାର ।

ଅବସାଦ ମଣିଷର ବଡ ଶତ୍ରୁ, ଅବସାଦର ନିୟନ୍ତ୍ରଣ ପାଇଁ ଆପଣାନ୍ତୁ କେତେକ ଉପାୟ   ଅବସାଦ ମଣିଷର ବଡ ଶତ୍ରୁ, ଅବସାଦର ନିୟନ୍ତ୍ରଣ ପାଇଁ ଆପଣାନ୍ତୁ କେତେକ ଉପାୟ

Related posts

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

ENO Beuro

ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ ବା ଶିଶୁ ଦିବସ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More