News

ମୋଦିଙ୍କ ସମାବେଶରେ ଭାଙ୍ଗିଲା ତମ୍ବୁ ,୪୦ ଆହତ

ପ୍ରଧାନମନ୍ତ୍ରୀଙ୍କ ସଭାବେଳେ ଭୁଶୁଡିଲା ତମ୍ବୁ। ଏଥିରେ ୪୦ ଜଣ ଅାହତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ମିଦନାପୁରରେ ଅାଜି ପ୍ରଧାନମନ୍ତ୍ରୀଙ୍କ ସଭାର ଅାୟୋଜନ ହୋଇଥିଲା। ସଭା ଚାଲିଥିବାବେଳେ ଟେଣ୍ଟଟି ଭୁଶୁଡି ପଡିଥିଲା। ଏଥିରେ ୪୦ ଜଣ ଅାହତ ହୋଇଛନ୍ତି। ସମସ୍ତ ଅାହତଙ୍କୁ ମିଦନାପୁରରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲ ଯାଇ ଅାହତଙ୍କ ଅବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ଦୁର୍ଘଟଣା ମୋଦି ସମ୍ବୋଧିତ କରୁଥିବାବେଳେ ଘଟିଥିଲା । ଅନେକ ଲୋକ ମଂଚ ଉପରକୁ ଉଠିବାକୁ ଚାହୁଁଥିବାବେଳେ ମୋଦି ମନା କରିଥିଲେ । ସେମାନଙ୍କୁ ମଂଚ ତଳକୁ ଓହ୍ଲାଇ ଯିବା ପାଇଁ କହିଥିଲେ।

ସୂଚନାଯୋଗ୍ୟ, ପ୍ରବଳ ବର୍ଷା ହେତୁ ଟେଣ୍ଟ୍‌ଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ତେବେ ଏଭଳି ଏକ ଦୁର୍ଘଟଣା ପରେ ମଧ୍ୟ ଅନେକ ସଂଖ୍ୟାରେ ଦର୍ଶକ ସଭାସ୍ଥଳ ଛାଡ଼ି ନଥିବାରୁ ମୋଦୀ ଏହାର ପ୍ରଶଂସା କରି କହିଛନ୍ତି ଯେ ଆଜି ମୁଁ ପଶ୍ଚିମବଙ୍ଗ ଲୋକଙ୍କର ଏକ ନୂଆ ଶକ୍ତି ଦେଖୁଛି। କେହି ବିଶ୍ୱାସ କରିପାରିବେ କି ଟେଣ୍ଟ୍‌ ଭୁଶୁଡ଼ି ପଡ଼ିବା ଫଳରେ ସଭା ସୁରୁଖୁରୁରେ ଚାଲିବ ଏବଂ ଏତେସଂଖ୍ୟାରେ ଲୋକ ଉପସ୍ଥିତ ରହିବେ। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବ ବୋଲି ଟ୍ଵିଟ୍‌ କରି କହିଛନ୍ତି।

ପଢନ୍ତୁ;ଶଶି ଥରୁରଙ୍କ ଅଫିସରେ ଭଙ୍ଗାରୁଜା

Related posts

ବାରାଣସୀରେ ପ୍ରମୁଖ ବିକାଶୋନ୍ମୁଖୀ ପ୍ରକଳ୍ପଗୁଡିକକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରଥର ଶୁଭାରମ୍ଭ କଲେ ନବୀନ

ENO Beuro

ଯାତ୍ରୀଙ୍କ ହୃଦଘାତ ଯୋଗୁଁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନର ଜରୁରୀ ଅବତରଣ

ENO Beuro

Leave a Comment