ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସଇର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି । ଅଫଲାଇନ ମୋଡରେ ହେବାକୁ ଥିବା ଏହି ପରୀକ୍ଷା ପ୍ରାୟ ୫୦ ଦିନ ଚାଲିବ ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସଇର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି । ଅଫଲାଇନ ମୋଡରେ ହେବାକୁ ଥିବା ଏହି ପରୀକ୍ଷା ପ୍ରାୟ ୫୦ ଦିନ ଚାଲିବ । ସାରା ଦେଶରୁ ଦଶମରେ ପ୍ରାୟ ୨୧ ଲକ୍ଷ ୧୬ ହଜାର ପିଲା ପରୀକ୍ଷା ଦେବାକୁ ଥିବା ବେଳେ ଦ୍ୱାଦଶରେ ୧୪ ଲକ୍ଷ ୫୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିରୁ ଓଡ଼ିଶାରୁ ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୧୮ ହଜାର ପିଲା ଅଂଶଗ୍ରହଣ କରୁଥିବା ବେଳେ ୧୦ମ ଶ୍ରେଣୀରେ ୩୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି ।ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷାର୍ଥୀ ପୂର୍ବାହ୍ନ ୧୦ ସୁଦ୍ଧା ନିଜ ସିଟ୍ରେ ବସିବେ। ୧୦ଟା ୧୫ରେ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍ ସମୟ ଦିଆଯିବ। ପ୍ରଥମ ଦିନରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଏଣ୍ଟରପ୍ରିନ୍ୟୁରସିପ୍, ବିୟୁଟି, ୱେଲନେସ୍ ବିଷୟର ପରୀକ୍ଷା ଥିବା ବେଳେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କର ପେଣ୍ଟିଂ ସମେତ ଆଉ ୪ଟି ବିଷୟର ପରୀକ୍ଷା ରହିଛି । ୨୭ ତାରିଖରେ ଦଶମ ଶ୍ରେଣୀ ପିଲାଙ୍କ ଇଂରାଜୀ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ ।
ଦଶମ ପରୀକ୍ଷା ମେ ୨୪ ଯାଏ ଚାଲିବ । ସେହିଭଳି ଦ୍ୱାଦଶ ପରୀକ୍ଷା ଜୁନ୍ ୧୫ ଯାଏଁ ଚାଲିବ । ଦେଶରେ ମୋଟ୍ ୧୪ ହଜାର ୧୨୬ କେନ୍ଦ୍ରରେ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଥର ଦୁଇଟି ବିଷୟ ମଧ୍ୟରେ ବଡ଼ ବ୍ୟବଧାନ ଦିଆଯାଇଛି । ଫଳରେ ପିଲାଙ୍କୁ ପ୍ରତି ବିଷୟ ପାଇଁ ପ୍ରସ୍ତୁତ ହେବାକୁ ଅଧିକ ସମୟ ମିଳିବ । ପରୀକ୍ଷାକୁ କୋଭିଡ ନିୟମ ଭିତରେ କରାଯିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।