News

ମିଳିଲା ଆତଙ୍କବାଦୀଙ୍କ ଡଙ୍ଗା! ଦକ୍ଷିଣ ଭାରତରେ ଭୟଙ୍କର ଆତଙ୍କୀ ହମ୍‌ଲା ଆଶଙ୍କା

Boat 4

ଭାରତର ଦକ୍ଷିଣ ଅଞ୍ଚଳରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିବା ଲାଗି ଯୋଜନା କରୁଛନ୍ତି। ଗୁଇନ୍ଦା ସୂତ୍ରରୁ ସେନାକୁ ମିଳିଥିବା ସୂଚନା ଅନୁଯାୟୀ ଗୁଜରାଟର ସର୍‌ କ୍ରିକ୍‌  ଅଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ କିଛି ନୌକା ମିଳିଛି। ଏହି ନୌକାରେ ଆତଙ୍କବାଦୀମାନେ ଆସିଥିବାର ସନ୍ଦେହ କରାଯାଉଛି। ତେଣୁ ଯେକୌଣସି ମୁହୂର୍ତ୍ତରେ ଦକ୍ଷିଣ ଭାରତୀୟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଲେପ୍ଟନାଣ୍ଟ୍‌ ଜେନେରାଲ ଏସ୍‌କେ ସାଇନି ଆଜି ସୂଚନା ଦେଇଛନ୍ତି। ଗୁଇନ୍ଦା ବିଭାଗର ଏଭଳି ସୂଚନା ମିଳିବା ପରେ ସମଗ୍ର ଦକ୍ଷିଣ ଭାରତରେ ହାଇଆଲର୍ଟ ଜାରି କରାଯାଇଛି। ଏଥିସହ ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଏଠାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି।

ସ୍ଥଳପଥ ଏବଂ ଆକାଶପଥରେ ଭାରତ ସକ୍ରିୟ ଥିବା ପାକ୍‌ ବୁଝିସାରିଛି । ତେଣୁ ଜଳପଥରେ ଆକ୍ରମଣ କରିବା ନେଇ ସଜବାଜ ହେଉଥିବା ପାକ୍‌ ଆତଙ୍କୀ ବହୁ ପ୍ରୟାସ ପରେ ଭାରତକୁ ପ୍ରବେଶ କରିଥିବା କୁହାଯାଉଛି । ଜୈଶ-ଏ-ମହମ୍ମଦର ୫୦ରୁ ଅଧିକ ସଦସ୍ୟ ଜଳପଥରେ ଆକ୍ରମଣ ପାଇଁ ସ୍ୱତନ୍ତ୍ର ତାଲିମ ପାଇଛନ୍ତି । ସେମାନେ ଏବେ ଭାରତରେ ଅନୁପ୍ରବେଶ କରିବାକୁ ଫୁଲଦମରେ ଚେଷ୍ଟା କରୁଛନ୍ତି ।ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଭାରତରେ ହିଂସା ସୃଷ୍ଟି କରିବା ପାଇଁ ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ୍‌ ଖାନ୍‌  ବାରମ୍ବାର ଧମକ ଦେଉଛନ୍ତି।

Related posts

କାଶ୍ମୀର ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳଙ୍କୁ ଏୟାରପୋର୍ଟରୁ ଫେରାଇଲା ପ୍ରଶାସନ

Ratnamani Moharana

କଟକରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଟୁଟୁନି ଆହତ!

ENO Beuro

ଗ୍ରାଣ୍ଡ ହେବ ନବୀନଙ୍କ ଶପଥ ଗ୍ରହଣ ଉତ୍ସବ

Ratnamani Moharana

Leave a Comment