News

ରାଜଧାନୀରୁ ମାଓ ନେତା ଗିରଫ!

ରାଜଧାନୀରୁ ମାଓବାଦୀ ଗିରଫ

ରାଜଧାନୀ ଭୁବନେଶ୍ୱରରୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ମାଓବାଦୀକୁ ଗିରଫ କରାଯାଇଛି। ସେ ପଶ୍ଚିମବଙ୍ଗର ସିପିଆଇଏମ୍‌ଏଲ୍‌-ରେଡ୍‌ଷ୍ଟାର ମାଓ ନେତା ଅଲିକ୍‌ ଚକ୍ରବର୍ତ୍ତୀକୁ ପୁଲିସ୍‌ ଗିରଫ କରିଛି। ପଶ୍ଚିମବଙ୍ଗରରେ ସେ ସରକାରଙ୍କ ବିରୋଧରେ ବିଭିନ୍ନ ରକ୍ତାକ୍ତ ସଂଗ୍ରାମରେ ସାମିଲ ଥିଲେ।

୨୦୧୭ ମସିହା ଜାନୁଆରି ମାସରୁ ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ଖୋଜୁଥିଲା। ସେ କଳିଙ୍ଗ ହସ୍ପିଟାଲରେ ଚିକିତ୍ସା ହେବାକୁ ଆସିଥିବା ବେଳେ କୋଲକାତା ପୁଲିସ ତାଙ୍କୁ କାବୁ କରି ନେଇଥିଲେ। ପରେ ତାଙ୍କୁ କୋଲକାତା ପୁଲିସ ଏକ ସ୍ୱତନ୍ତ୍ର ଗାଡିରେ ଧରି ଫେରି ଯାଇଛନ୍ତି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭାନଗର୍‌ରେ ପାଓ୍ବାର ଗ୍ରୀଡ୍‌ ନିର୍ମାଣ ବିରୋଧରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହାର ମୁଖ୍ୟ ଥିଲେ ଅଲୀକ। ଅଲୀକଙ୍କ ନେତୃତ୍ୱରେ ସିପିଆଇ(ଏମ୍‌ଏଲ୍‌) ସମର୍ଥକମାନେ ରାସ୍ତାରେ ଇଟାପଥର ରଖି ଅବରୋଧ କରିଥିଲେ। କିନ୍ତୁ ଏହାକୁ ଶାସକ ଦଳର ଜଣେ ବିଧାୟକ ଭାଙ୍ଗି ଦେବାରୁ ଆନ୍ଦୋଳନ ତୀବ୍ରତର ହୋଇଥିଲା। ଏହି ଘଟଣାରେ ସିପିଆଇ ବିଧାୟକ ଶର୍ମିଷ୍ଠା ଚୌଧୁରୀଙ୍କୁ ପୋଲିସ ଗିରଫ କରିବାରୁ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା। ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ବୋମା ଏବଂ ଗୁଳିମାଡ଼ କରିଥିଲେ। ଏହାପରଠାରୁ ଅଲୀକ ଫେରାର ଥିଲେ।

ପଢନ୍ତୁ; ହୃଦରୋଗ ଜନିତ ରୋଗରୁ ସୁରକ୍ଷିତ ରଖିଥାଏ ପଣସ!

Related posts

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ନିସ୍ପତି, ୧ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ

ENO Beuro

ଶ୍ରେଷ୍ଠ ଧନୀ ସହର ମଧ୍ୟରେ ସ୍ଥାନ ପାଇଛି ମୁମ୍ବାଇ ! ତାଲିକାର ସର୍ବାଗ୍ରେ ରହିଛି ନ୍ୟୁୟର୍କ ସହର

ENO Beuro

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା, ଯୁକ୍ତ ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More