News

ଜମ୍ମୁ କାଶ୍ମୀର ର ବାରମୁଲାରେ ଆତଙ୍କବାଦୀ ଙ୍କ ଆକ୍ରମଣ, ୪ ପୋଲିସ ସହିଦ,୨ ଗୁରୁତର ଆହତ

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ।  ଆତଙ୍କବାଦୀମାନଙ୍କ ଦ୍ୱାରା ଜମ୍ମୁ ଓ କଶ୍ମୀର ବାରମୂଳା ଜିଲ୍ଲାର ସପୋର ଠାରେ ଖଞ୍ଜାଯାଇଥିିବା ଏକ ଇମ୍ପ୍ରୋଭାଇଜଡ୍‌ ଏକ୍ସ୍‍ପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣରେ ୪ ଜଣ ପୁଲିସ ପ୍ରାଣ ହରାଇଛନ୍ତି। ମୃତ୍ୟୁବରଣ କରିଥିବା ୪ ଜଣ ପୁଲିସଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଦୋଦାର ଏଏସଆଇ ଏରଶାଦ, କୁପଓ୍ଵାରାର ଏମ ଅମିନ,ଓ ସପୋରର ଗୁଲାମ ନବୀ। ୪ର୍ଥ ଜଣଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ଏହି ବିସ୍ଫୋରଣ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ମୃତାହତ ପୁଲିସ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ସୋପରରେ ହେଉଥିବା ହରତାଳକୁ ନିୟନ୍ତ୍ରଣ କରିବାକୁ ପୋଲିସ ଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ପୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିଲେ । ବିସ୍ଫୋରଣ ପରେ ଘଟଣାସ୍ଥଳରେ ସେନା, ଜମ୍ମୁକାଶ୍ମୀର ପୁଲିସ ଓ ସିଆରପିଏଫର ଅଧିକାରୀମାନେ ପହଂଚିଛନ୍ତି । ଏହାକୁ ଆତଙ୍କବାଦୀଙ୍କର ପୂର୍ବ ଷଡଯନ୍ତ୍ର ବୋଲି କୁହାଯାଉଛି ।ଏହି ବିସ୍ଫୋରଣ ପରେ ଜମ୍ମୁକାଶ୍ମୀର ପୁଲିସ ସହ ସେନା ବାରମୁଲା ସମେତ ସୌପୋର ଓ ଆଖପାଖ ଅଂଚଳରେ ତଲାସି ଅଭିଯାନକୁ ଜୋରଦାର କରିଛି ।

ତିନି ଜଣ ଆତଙ୍କବାଦୀ ରାତି ପ୍ରାୟ ୩ଟା ସମୟରେ କ୍ୟାମ୍ପରେ ପଶି ଆଖିବୁଜା ଗୁଳିଚାଳନା କରିଥିଲେ । ସେତେବେଳେ ଏହି ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ତେବେ ଏଭଳି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଭାରତ ବାରମ୍ବାର ଅଭିଯୋଗ କରୁଛି । କାରଣ ସୀମାରେ ପାକିସ୍ତାନ ପଟରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ ହେଉଥିବା ବେଳେ ଏହି ସୁଯୋଗରେ ଆତଙ୍କବାଦୀ ମାନେ ଭାରତ ସୀମାରେ ପ୍ରବେଶ କରି ଆତଙ୍କୀ ହମଲା କରୁଛନ୍ତି।

Related posts

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

ENO Beuro

ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନା : ଏପ୍ରିଲରୁ ରାଜ୍ୟର ୧୭ ଲକ୍ଷ ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣାରେ ସାନିଟାରୀ ନାପକିନ

ENO Beuro

ଆଜି ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More