• Home
  • News
  • ଆଫଗାନୀସ୍ତାନ:କାବୁଲରେ ଆତ୍ମଘାତୀ ବିସ୍ଫୋରଣ ୨୬ ମୃତ,୧୮ ଗୁରୁତର
News

ଆଫଗାନୀସ୍ତାନ:କାବୁଲରେ ଆତ୍ମଘାତୀ ବିସ୍ଫୋରଣ ୨୬ ମୃତ,୧୮ ଗୁରୁତର

ଆଫଗାନୀସ୍ତାନ କାବୁଲଠାରେ ଆଜି ଏକ ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ଘଟିଛି।

ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ କହିଛି। କାବୁଲସ୍ଥିତ ବିଶ୍ୱବିଦ୍ୟାଳୟ ନିକଟରେ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ ମୁଖପାତ୍ର ଓ୍ବାହିଦ୍‌ ମଜ୍‌ରୋହ ସୂଚିତ କରିଛନ୍ତି।

ଆଫଗାନୀସ୍ତାନ:କାବୁଲରେ ଆତ୍ମଘାତୀ ବିସ୍ଫୋରଣ ୨୬ ମୃତ,୧୮ ଗୁରୁତର KAbul Blast Reu

ଆଫଗାନ ଅଧିକାରୀ କହିଛନ୍ତି ଯେ ରାଜଧାନୀ କାବୁଲରେ ଲୋକେ ନବରୋଜ(ଫାର୍ସି ଲୋକଙ୍କ ମୁତାବକ ଏହି ଦିନ ନୂତନ ବର୍ଷର ଆରମ୍ଭ ହୋଇଥାଏ) ଛୁଟି ପାଳନ କରୁଥିଲେ। ସେହି ସମୟରେ ଏକ ଜୋରଦାର ଧମାକା ହୋଇଥିଲା। ବିସ୍ଫୋରକ ପରେ ଘଟଣାସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବୁଧବାର ହୋଇଥିବା କାବୁଲ ସହରରେ ପୁଣି ଥରେ ଧାର୍ମିକ ସ୍ଥଳକୁ ଆତଙ୍କୀ ଟାର୍ଗେଟ୍ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନର ରାଜଧାନୀ କାବୁଲରେ ଫେବୃଆରୀ ୨୪ରେ ସିରିଏଲ ଆତ୍ମଘାତୀ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିଲା। ନିକଟ କିଛି ଦିନରେ ତାଲିବାନ ଓ ଆଇଏସଆଇଏସ ପରି ଦୁର୍ଦ୍ଦାନ୍ତ ଆତଙ୍କୀ ଗୋଷ୍ଠୀଙ୍କ ଟାର୍ଗେଟରେ ଆଫଗାନିସ୍ତାନ ରହି ଆସିଛି। ଏଠାରେ ଗତ ବର୍ଷ ଆତଙ୍କୀ ଆକ୍ରମଣରେ ପ୍ରାୟ ୧୭୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଆଫଗାନୀସ୍ତାନ:କାବୁଲରେ ଆତ୍ମଘାତୀ ବିସ୍ଫୋରଣ ୨୬ ମୃତ,୧୮ ଗୁରୁତର terrosist

ପଢନ୍ତୁ;

ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜ ବବର!

Related posts

ବାଜପେୟୀ ଆଜୀବନ ଅବିବାହିତ ରହିବାର କାରଣ…………

Krishna Kumar Manoj

ଆଜି ଭାରତ ବନ୍ଦ ! ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

Krishna Kumar Manoj

ଦଳିତ ନାବାଳିକାଙ୍କୁ ନିର୍ଭୟା ଭଳି ଗଣଦୁଷ୍କର୍ମ :କେନାଲରେ ଫିଙ୍ଗିଲେ ଦୁର୍ବୃତ୍ତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More