ପୁଲୱାମ।ରେ ଆତଙ୍କବାଦୀ ହମଲା:୪୪ ଯବାନ ସହିଦ

ଯବାନଙ୍କ ଗାଡିକୁ ଧକ୍କ। ଦେଲା ଆତଙ୍କବାଦୀଙ୍କ ବିସ୍ଫୋରକ ଗାଡି

ଗୁରୁବାର ଦିନ ପୁଲ୍‌ଓ୍ଵାମା ରେ ହୋଇଥିବା ଆତଙ୍କବାଦୀ  ଆକ୍ରମଣ ଘଟନାର ତଦନ୍ତରେ ଯୋଗ ଦେବାକୁ ଆତଙ୍କବାଦ ନିରୋଧୀ କମାଣ୍ଡୋ ବଳ ନେସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡର ବିଶେଷଜ୍ଞ (ଏନ୍‌ଏସ୍‌ଜି) ଏବଂ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସିର (ଏନ୍‌ଆଇଏ) ତଦନ୍ତକାରୀମାନଙ୍କୁ ପଠାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଜମ୍ମୁ-କଶ୍ମୀର  ପୁଲଓ୍ବାମା ଜିଲା ଗୋରିପୋରାରେ ଗୁରୁବାର ଆତଙ୍କବାଦୀଙ୍କ ଦ୍ୱାରା ଉମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ କରାଯାଇଛି। ଏଥିରେ ସିଆର୍‌ପିଏଫ୍‌ର ୪୪ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ପ୍ରାୟ ୪୦ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥ।  ଗୁରୁତ୍ଵର ରହିଛି।ଏଥିପାଇଁ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ୧୦ କିମି ପରିମିତ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା।ବିସ୍ଫୋରଣରେ ଯବାନଙ୍କ ଭ୍ୟାନ ଖଣ୍ଡ ଖଣ୍ଡ ହୋଇ ଧ୍ଵଂସ ହୋଇଯାଇଥିଲ।।ଯବାନଙ୍କ ଅଙ୍ଗପ୍ରତ୍ୟଙ୍ଗ ପ୍ରାୟ ୫୦ମିଟର ଦୂରରେ ଖଣ୍ଡବିଖଣ୍ଡିତ ହୋଇ ପଡିଥିଲା।ଏହି ବିସ୍ଫୋରଣରେ ଜଣେ ଓଡିଆ ଯବାନ ମଧ୍ୟ ସହିଦ ହୋଇଛନ୍ତି।ସିଆରପିଏଫ ଯବାନମାନଙ୍କୁ ନେଇ ୭୦ଟି ବସ ଶ୍ରୀନଗର-ଜାମ୍ମୁ ହାଇୱେରେ ଯାଉଥିବା ବେଳେ ହଠାତ ଏକ ବିସ୍ଫୋରକ ଭରା ସ୍କର୍ପିଓ ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ ବସକୁ ଧକ୍କା ଦେଇଥିଲା।ଅନୁମାନ କରାଯାଉଛି ଯେ,ସ୍କର୍ପିଓ ଗାଡିଟିରେ ୩୫୦କିଲୋରୁ ଅଧିକା ଆଇଡି(ବିସ୍ଫୋରକ)ବୋଝେଇ ହୋଇ ଆସିଥିଲା।ବାସ ଏତିକିରେ ଅଞ୍ଚଳର ଚିତ୍ର ବଦଳିଗଲା।୫୫ ଆସନ ବିଶିଷ୍ଟ ଯବାନଙ୍କ ଗୋଟିଏ ଭ୍ୟାନ ଧ୍ଵଂସ ହୋଇଯାଇଥିଲା।ସିଆରପିଏଫ ୭୬ ବାଟାଲିୟନ ଗାଡିଟି ଥିଲା ଆତଙ୍କିଙ୍କ ଟାର୍ଗେଟରେ।ଏହି ଆକ୍ରମଣ ପରେ ଦକ୍ଷିଣ କାଶ୍ମୀରରେ ହାଇ ଆଲର୍ଟ ଜାରି କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ କଥା ହୋଇ ସ୍ବରାଷ୍ଟ୍ର ମନ୍ତ୍ରୀରାଜନାଥ ସିଂହ ସ୍ଥିତି ସମୀକ୍ଷା ପାଇଁ ଆଜି ଶ୍ରୀନଗର ଯିବେ । ତାଙ୍କ ସହିତ ଡିରେକ୍ଟର ଜେନେରାଲ ରାଏ ଭଟ୍ଟନାଗର ମଧ୍ୟ ଶ୍ରୀନଗର ଯିବେ। ଏଥି ସହିତ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଶ୍ରୀନଗର ଯିବେ।ଅନ୍ୟପଟେ ବିସ୍ଫୋରଣ ସ୍ଥଳକୁ ଏନ.ଆଇ.ଏ.ର ମଧ୍ୟ ୧୨ ଜଣିଆ ଦଳ ଯାଇ ତଦନ୍ତ କରିବ । ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଦଳ ପୁଲୱାମାରେ ଘଟଣାସ୍ଥଳକୁ ଯିବ । ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ୍ ମଧ୍ୟ କାଶ୍ମୀର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

 

 

ପଢନ୍ତୁ:ଏହି ୫ଟି ବାସ୍ତୁ ଦୋଷ ରହିଲେ ଘରକୁ ଆସିପାରେ ନାହିଁ ଧନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More