News

ଶ୍ରୀନଗରର ମହାରାଜ ହରି ସିଂ ହସପିଟାଲରେ ହୋଇଛି ବଡ ଆତଙ୍କବାଦୀ ଆକ୍ରମଣ : ଜଣେ ପୋଲିସ ଅଧିକାରୀଙ୍କର ମୃତ୍ୟୁ

ପୁଣି ଆତଙ୍କବାଦୀ ଆକ୍ରମଣ

ଜାମ୍ମୁ ଓ କଶ୍ମୀରର ଶ୍ରୀନଗରସ୍ଥିତ ଏକ ହସ୍‌ପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛିି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୋଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।ଏହି ସମୟରେ ପୋଲିସକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ପୋଲିସକୁ ପଛରୁ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

ଗୁଳି ବିନିମୟ ବେଳେ ଚେକ୍ ଅପ ପାଇଁ ଆସିଥିବା ଆତଙ୍କବାଦୀ ଫେରାର ହୋଇଯାଇଛି । ଫେରାର ଆତଙ୍କବାଦୀ ପାକିସ୍ତାନର ଅବୁ ହଂଜୁଲା ବୋଲି ଜଣାପଡିଛି । ଅବୁ ହଂଜୁଲା ଉଦ୍ଧମପୁର ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା । ହଂଜୁଲାକୁ କୁଲଗାଁଓରୁ ଗିରଫ କରାଯାଇଥିଲା । ଆକ୍ରମଣ ପରେ ପୂରା ଅଂଚଳକୁ ସୁରକ୍ଷାକର୍ମୀ ଘେରାଉ କରିଛନ୍ତି । ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ମିଳିଥିବା ସୂଚନା  ଅନୁସାରେ , ଦିନ ପ୍ରାୟ ୧୨ଟା ବେଳେ ୩ରୁ ଅଧିକ ଆତଙ୍କବାଦୀ ଶ୍ରୀନଗରସ୍ଥିତ ମହାରାଜା ହରି ସିଂ ହସ୍‌ପିଟାଲ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କୁ ସେଠାରେ ମୂତୟନ ହୋଇଥିବା ସୁରକ୍ଷା କର୍ମୀ ପାଲଟା ଜବାବ ଦେଇଥିଲେ। ଏଥିରେ ହସ୍ପିଟାଲ ପରିସରରେ ମୂତୟନ ଜଣେ ପୁଲିସ କର୍ମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ସେହି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।  ସମ୍ପୃକ୍ତି ଅଞ୍ଜଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ନାଭିଦ୍‌ ୨୦୧୫ରେ ବିଏସ୍‌ଏଫ୍‌ ହାତରେ ଧରାପଡିଥିଲେ।

ପଢନ୍ତୁ ;

ଗୋଟିଏ ସିରିଞ୍ଜ୍‌ ବ୍ୟବହାର କରି ରୋଗୀଙ୍କୁ ଇନ୍‌ଜେକ୍ସନ୍‌, ୪୦ ଜଣ ହେଲେ ଏଚ୍‌ଆଇଭି ଆକ୍ରାନ୍ତ

Related posts

କଂପ୍ୟୁଟରୀକରଣ ହେବ ଡାକସେବା – ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଳା

ENO Beuro

ସୁପ୍ରିମକୋର୍ଟରେ ୪ ନୂଅା ବିଚାରପତି ନିଯୁକ୍ତ

ENO Beuro

ମହିଳା ସଶକ୍ତୀକରଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଆବଶ୍ୟକ:ଉପ ରାଷ୍ଟ୍ରପତି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More