News

ନ୍ୟୁୟର୍କ ୱାଲର୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟରେ ଆତଙ୍କବାଦୀ ଆକ୍ରମଣ, ୮ ମୃତ, ୧୦ ଗୁରୁତର

ନ୍ୟୁୟର୍କର ୱାଲର୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟସ୍ଥ ମ୍ୟାନହଟନରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ। ଲୋୟର ମ୍ୟାନ୍‌ହାଟନ୍‌ରେ ଏକ ଟ୍ରକ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡିଯିବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ନ୍ୟୁୟର୍କ ପୋଲିସ୍ ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତର ନାଁ ସେଫୁଲୋ ସାଇପୋ ବୋଲି ଜଣା ପଡ଼ିଛି।  । ସେମାନଙ୍କଠାରୁ ୨ଟି ବନ୍ଧୁକ ଜବତ କରିବା ସହିତ ପୋଲିସ ଘଟଣାର ଯାଞ୍ଚ କରୁଛି ।

ଟ୍ରକଟି ପ୍ରଥମେ ଏକ ସ୍କୁଲ ବସ ଉପରେ ଚଢ଼ିଯାଇଥିଲା । ଏଥିରେ ୩ଜଣ ପିଲା ଯାଉଥିଲେ । ହ୍ୱାଇଟ ହାଉସର ମୁଖପାତ୍ର କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ନ୍ୟୁୟର୍କ ମେୟର ଏହାକୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି କହିଛନ୍ତି । ସେ କହିଛନ୍ତି, ଏହି ଘଟଣା ନିଶ୍ଚିତ ଭାବରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଛି । ଆତଙ୍କବାଦୀ ଆକ୍ରମଣ ବି ସନ୍ଦେହ ଘେରକୁ ଆସୁଛି ।

ନ୍ୟୁୟର୍କ ବିମାନ ବନ୍ଦର ଓ ଅନ୍ୟାନ୍ୟ ଜନବହୁଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର  ନିନ୍ଦା କରିଛନ୍ତି। ରାଷ୍ଟ୍ରପତି ମୃତ ବ୍ୟକ୍ତିଙ୍କ ପରିବାରକୁ ସମ୍ବେଦନା ଜଣାଇଛନ୍ତି ।

ନ୍ୟୁୟର୍କ ୱାଲର୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟରେ ଆତଙ୍କବାଦୀ ଆକ୍ରମଣ, ୮ ମୃତ, ୧୦ ଗୁରୁତର  ନ୍ୟୁୟର୍କ ୱାଲର୍ଡ ଟ୍ରେଡ ସେଣ୍ଟର ମେମୋରିଆଲ ନିକଟରେ ଆତଙ୍କବାଦୀ ଆକ୍ରମଣ, ୮ ମୃତ, ୧୦ ଗୁରୁତର

ପଢନ୍ତୁ, ମହିଳା ଏସିଆ କପ ହକିରେ ଭାରତର ହ୍ୟାଟ୍ରିକ ବିଜୟ, ୨-୦ ଗୋଲରେ ମାଲେସିଆକୁ ପରାସ୍ତ

Related posts

ତାରକ ମେହତା… ଧାରାବାହିକ କଳାକାର ଆଜାଦଙ୍କ ପରଲୋକ

Krishna Kumar Manoj

ଦିନ୧:୩୦ ଏବଂ ରାତି ୧୦ଟାରେ ଦିଅନ୍ତୁ ମାତ୍ର ୧୦ଟି ପ୍ରଶ୍ନର ଉତ୍ତର, ହୋଇପାରନ୍ତି ଲକ୍ଷପତି!

Krishna Kumar Manoj

ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More