News

କାଶ୍ମୀରରେ ୪ ଜଣ ଆତଙ୍କୀ ନିହତ କଲେ ସୁରକ୍ଷା ବାହିନୀ

ଜମ୍ମୁ କାଶ୍ମୀରର ସୋପିଆନ  ଏବଂ କୁପୱାରା  ଜିଲ୍ଲାରେ ଗୁରୁବାର ଦୁଇଟି ପୃଥକ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଭାରତୀୟ ସୁରକ୍ଷା ବାହିନୀ । ସୋପିଆନର ୟୱରନ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିବାର ଗୁପ୍ତ ସୂଚନା ପାଇ ସୁରକ୍ଷାକର୍ମୀ ବୁଧବାର ମଧ୍ୟରାତିରେ ସେହି ଅଞ୍ଚଳକୁ ଘେରି ତଲାସି ଅଭିଯାନ ଆରମ୍ଭ କରିଥିଲେ।

 

ସେଠାରେ ଲୁଚିରହିଥିବା ଆତଙ୍କବାଦୀମାନେ ଗୁଳିମାଡ କରିବାରୁ ସୁରକ୍ଷାକର୍ମୀ ତାହାର ଜବାବ ଦେଇଥିଲେ। ଏହି ଗୁଳିବିନିମୟ ମଧ୍ୟରେ ତିନି ଜଣ  ଆତଙ୍କବାଦୀ ପ୍ରାଣ ହରାଇଥିଲେ। ସେମାନଙ୍କର ପରିଚୟ ସଜାଡ ଖାଣ୍ଡେ, ଆକିବ ଅହମ୍ମଦ ଡାର ଏବଂ ବାସହରତ ମୀର ବୋଲି ଜଣା ପଡିଛି। ସେହିପରି ଆଜି କୂପୱାର ଜିଲ୍ଲାର ହଣ୍ଡାୱାରରେ ଅନ୍ୟ ଏକ ଏନକାଉଣ୍ଟରରେ ଆଉ ଜଣେ ପ୍ରାଣ ହରାଇଛି। ତାର ପରିଚୟ ସ୍ପଷ୍ଟ ହୋଇପାରି ନାହିଁ।

ପଢନ୍ତୁ: ମାସୁଦ ପାଇଁ ଆମେରକା-ଚୀନ ମୁହାଁମୁହିଁ: ମାସୁଦ ଉପରେ ଲାଗୁ ହେବ କଟକଣା

Related posts

ଅଣସର ବାସରେ ଶ୍ରୀଜିଉ 

ENO Beuro

ଆଶାକର୍ମୀଙ୍କ ସହାୟତା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ENO Beuro

ଭାରତ ସରକାରଙ୍କ ଦ୍ଵାରା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା ପ୍ରାପ୍ତି ହୋଇଛି

ENO Beuro

Leave a Comment