ଏହାପୂର୍ବରୁ ଫେବୃଆରୀ ୨୦୨୦ ରେ ହାଫିଜ ସଇଦଙ୍କୁ ଆତଙ୍କବାଦ ଆର୍ଥିକ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ଦୁଇଟି ପୃଥକ ମାମଲାରେ ହାଫିଜ ସଇଦକୁ ସାଢେ ୬ ବର୍ଷ ଜେଲ୍ କରିବା ସହ କୋର୍ଟ ଉଭୟ ମାମଲାରେ ସୟିଦଙ୍କ ଉପରେ ୧୫ ହଜାର ପାକିସ୍ତାନୀ ଟଙ୍କା ଜରିମାନା ନେଇ ମ୍ୟ ରାୟ ଦେଇଥିଲେ। ତେବେ ଏହା ପୂର୍ବରୁ ସଂଯୁକ୍ତ ରାଷ୍ଟ୍ର ହାଫିଜ ସଇଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିସାରିଛି । ଖାଲି ସେତିକି ନୁହେଁ, ତା ଉପରେ ଏକ କୋଟି ଡଲାରର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ତେବେ ୨୦୧୯ ଜୁଲାଇ ୧୭ ତାରିଖରେ ତାକୁ ଗିରଫ କରାଯାଇଥିଲା ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଗିରଫ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଟ ଅନ୍ୟମାନଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ।