February 17, 2019

ଯାତ୍ରୀବାହୀ ବସ୍‌ ପୋଡିଲେ ମାଓବାଦୀ

bus

ଛତିଶଗଡ଼ ଦନ୍ତଓ୍ବୋଡ଼ା ଜିଲା କସେଲି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ୍‌କୁ ମାଓବାଦୀମାନେ ପୋଡିଦେଇଛନ୍ତି। ବୁଧବାର ସକାଳେ ମାଓବାଦୀମାନେ ଏହି କାଣ୍ଡ ଘଟାଇଛନ୍ତି। ବସଟି ଦନ୍ତଓ୍ବୋଡ଼ା ଯିବା ସମୟରେ ୧୫ ରୁ ୨୦ ମାଓବାଦୀ କସେଲି ନିକଟରେ ବସ୍‌କୁ ଅଟକାଇଥିଲେ। ଯାତ୍ରୀମାନଙ୍କୁ ବସ୍‌ରୁ ଓହ୍ଲାଇଦେବା ପରେ ନିଆଁ ଲଗାଇ ଦେଇଛନ୍ତି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ସିଆର୍‌ପି କ୍ୟାମ୍ପଠାରୁ ମାତ୍ର ଗୋଟିଏ କିଲୋମିଟର ଦୁରରେ ଏହି ଘଟଣା ଘଟିଛି।

bus

ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ପୋଡି ଯାଇଥିବା ବସ୍ ଟି ପଂଚାୟତ ସଦସ୍ୟ ଚେତରାମ ଆଟାମିରଙ୍କର ବୋଲି ଜଣାପଡିଛି ।

ପଢନ୍ତୁ; ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ: ମନ୍ତ୍ରୀଙ୍କ ବାସଭବନ ଘେରିଲେ ଏବିଭିପି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More