EnewsOdia.Com

ବୋର୍ଡ ପରୀକ୍ଷା ପୂର୍ବରୁ କାଶ୍ମୀରର ସରକାରୀ ସ୍କୁଲରେ ନିଆଁ ଲଗାଇଲେ ଆତଙ୍କବାଦୀ

ଅକ୍ଟୋବର ୩୧ ତାରିଖ ଦିନ ଜମ୍ମୁକଶ୍ମୀର ବିଭାଜନ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ଏହାକୁ ପ୍ରଥମରୁ ବିରୋଧ କରିଆସୁଛି ପାକିସ୍ତାନ। ବାରମ୍ବାର ଏହାର ପରିଣିତି ଭଲ ହେବନାହି ବୋଲି ସୁଚାଇଆସିଛି ଏହାସହ ପାକିସ୍ତାନୀ ଆତଙ୍କବାଦୀ ହମଳା କରିବାନେଇ ବହୁ ବାର ଧମକ ବି ଦେଇସାରିଛି ପାକିସ୍ତାନ। ତେବେ ଶୋପିଆଁ ଜିଲ୍ଲା ଅନ୍ତର୍ଗତ କୁମଦଲାନ୍‌ ଗାଁରେ ଥିବା ଗୋଟାଏ ସରକାରୀ ସ୍କୁଲ୍‌ ଘରେ ଶୁକ୍ରବାର ଦିନ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ । ଶନିବାର ଅର୍ଥାତ୍‌ ଆଜି ସେ ସ୍କୁଲ୍‌ରେ ବୋର୍ଡ ପରୀକ୍ଷା ହେବାକୁ ଥିଲା । ସ୍କୁଲ୍‌ ଘରେ ନିଆଁ ଲଗାଇବାକୁ ଆତଙ୍କବାଦୀମାନେ ପେଟ୍ରୋଲ୍‌ ବୋମା ଫିଙ୍ଗି ଥିଲେ ।ଆତଙ୍କବାଦୀଙ୍କ ଏ ଭଳି କାର୍ଯ୍ୟକଳାପ ଯୋଗୁଁ ପୁଣି ଜମ୍ମୁକଶ୍ମୀରରେ କଟକଣା ଲାଗୁ କରାଯାଇଛି ।

ଗତ ଅଳ୍ପ କେତେ ସପ୍ତାହ ମଧ୍ୟରେ ଏହା ହେଉଛି କଶ୍ମୀରରେ ସ୍କୁଲ୍‌ରେ ନିଆଁ ଲଗାଯିବାର ଦ୍ୱିତୀୟ ଘଟଣା ।କିଛି ଦିନ ତଳେ ପୁଲ୍‌ଓ୍ଵାମାସ୍ଥିତ ଗୋଟାଏ ସ୍କୁଲ୍‌ ବାହାରେ ଗୁଳି ବିନିମୟ ଘଟିଥିଲା । ସେଠାରେ ପିଲାମାନେ ବୋର୍ଡ ପରୀକ୍ଷା ଦେଉଥିଲେ । ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ସ୍କୁଲ୍‌ ଘରେ ପାଞ୍ଚ ଜଣ ପିଲା ରହିଯାଇଥିଲେ । କଶ୍ମୀର ଡିଭିଜନ୍‌ର ପ୍ରାୟ ୪୮୦୦୦ ଛାତ୍ରଛାତ୍ରୀ ବୁଧବାର ଦିନ ଦ୍ୱାଦଶ ଶ୍ରେଣୀର ଆନୁଆଲ୍‌ ରେଗୁଲାର୍‌ ଏକ୍ଜାମିନେସନ୍‌ ଦେଇଥିଲେ।

ପଢନ୍ତୁ: ଭୟଙ୍କର ରୂପ ନେଉଛି ବାତ୍ୟା ମହା, ୬ରେ ଗୁଜରାଟ ତଟରେ ହୋଇପାରେ ମାଡ଼

ସମ୍ବନ୍ଧିତ ଖବର

ସୋସିଆଲ ମିଡିଆରେ ଝଡ ସୃଷ୍ଟି କଲା ‘Amul India’ ର ଏହି କାର୍ଟୁନ

Ratnamani Maharana

ମିଶନ୍ ଶକ୍ତି ମେଳାରେ ବୁଲି ସପିଂ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

୮,୯ ତାରିଖରେ ରାଜ୍ୟର ଏହି ସ୍ଥାନରେ କଟିବ ବିଦ୍ୟୁତ

Ratnamani Maharana

ମାଡ଼ି ଆସୁଛି ବାତ୍ୟା ‘ମହା’

Ratnamani Maharana

ଇତିହାସ ରଚିଲା ଏସସିବି, ରୋଗୀଙ୍କଠାରେ ଲାଗିଲା ମୃତ ଯୁବତୀଙ୍କ କିଡନୀ

Ratnamani Maharana

ଦଳରେ ଗୌଣ ହେଉଛନ୍ତି ବିଧାୟକ-ମନ୍ତ୍ରୀ, ସିଏମଓ ଏବେ ସବୁକିଛି

Ratnamani Maharana