SPORTS

ଦ୍ଵିତୀୟ ଟେଷ୍ଟ: ଭାରତ ପ୍ରଥମ ଇନିଂସ ୪/୩୦୩, ଅପରାଜିତ ପୂଜାରୀ

pujari

ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ଆଉ ଏକ ଆକର୍ଷଣୀୟ ଶତକ ସହାୟତାରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଦମ୍‌ଦାର ଆରମ୍ଭ କରିଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଥିବା ଚଳିତ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତର ଆଧିପତ୍ୟ ଦେଖିବାକୁ ମିଳିଛି। ଓପ୍‌ନର ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରି ଆଉ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି।

pujari

ଚେତେଶ୍ବର ପୂଜାରା (୧୩୦* ରନ୍, ୨୫୦ ବଲ୍, ୧୦ ଚୌକା) ପୁଣି ଥରେ ନିଜ ଚମକ ଦେଖାଇଛନ୍ତି। ତାଙ୍କ ଅପରାଜିତ ଶତକ ବଳରେ ଭାରତ ସିଡ୍‌ନି ସମର ଆରମ୍ଭରୁ ନିଜ ସ୍ଥିତିକୁ ପୂରା ସୁଦୃଢ଼ କରି ନେଇଛି। ଗୁରୁବାର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରଣକୌଶଳ ଆଗରେ କଙ୍ଗାରୁ ବୋଲର ଯେମିତି ପୂରା ଫିକା ପଡ଼ିଯାଇଥିଲେ। ପ୍ରଥମ ଏବଂ ଦ୍ବିତୀୟ ଅଧିବେଶନରେ ଗୋଟିଏ ଲେଖାଏଁ ୱିକେଟ୍ ନେବା ପରେ ଶେଷ ଅଧିବେଶନରେ ଦୁଇଟି ୱିକେଟ୍ କରାୟତ କରିବାରେ ସେମାନେ ସନ୍ତୁଷ୍ଟ ରହିଥିଲେ। ଶେଷ ଅଧିବେଶନର ୩୮ ଓଭର ଖେଳରେ ଭାରତୀୟ ଅଧିନାୟକ ବିରାଟ କୋହଲି (୨୩) ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୮)ଙ୍କ ୱିକେଟ୍ ନେବା ସତ୍ତ୍ବେ ଘରୋଇ ବୋଲରଙ୍କୁ ସାରା ଦିନ ନିର୍ଭରଯୋଗ୍ୟ ‌ପୂଜାରା ଘାଇଲା କରିଥିଲେ।

ସୂଚନାଯୋଗ୍ୟ, ଭାରତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି।

ପଢନ୍ତୁ;  ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅଜୟ ମାକେନ୍‌

Related posts

ଭାରତ ଏସିଆ କପ୍‍ ଚମ୍ପିଅନ, ବାଂଲାଦେଶକୁ ୩ୱିକେଟରେ ହରାଇଲା

ENO Beuro

ଆଜିଠୁ ହକି ମହିଳା ବିଶ୍ଵକପ୍: ଇଂଲଣ୍ଡ-ଭାରତ ଉଦ୍‌ଘାଟନୀ ମୁକାବିଲା

ENO Beuro

କଳିଙ୍ଗରେ ହୋଇପାରେ ପୁଣି ଭାରତ-ପାକିସ୍ତାନ ପ୍ରୋ-ହକି ଲିଗ!

Ratnamani Moharana

Leave a Comment