Entertainment

ରିଲିଜ ହେଲା ‘ଠାକ୍‌ରେ’ ଟ୍ରେଲର

ବାଲଠାକରେଙ୍କ ଜୀବନୀକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଫିଲ୍ମର ୩ଟି ଦୃଶ୍ୟକୁ ସେନ୍ସରବୋର୍ଡ଼ ବିରୋଧ କରିଛି। ସେନ୍ସରବୋର୍ଡ଼ର ଆପତ୍ତିକୁ କେନ୍ଦ୍ରକରି ଶିବସେନା ଆକ୍ରମଣାତ୍ମକ ହୋଇଛି। ଯେଉଁ ୩ଟି ଦୃଶ୍ୟକୁ ବିରୋଧ କରାଯାଇଛି ସେଥିରେ ବାବ୍ରି ମସଜିଦର ଏକ ଦୃଶ୍ୟ ସାମିଲ ଅଛି। ଫିଲ୍ମଟି ମରାଠୀ ଏବଂ ହିନ୍ଦୀ ଭାଷାରେ ନିର୍ମାଣ ହୋଇଛି। ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି।

thakrey

ନୱାଜୁଦ୍ଦିନ ସିଦ୍ଦିକୀ ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଭୂମିକାରେ ନଜର ଆସିବେ । ନୱାଜୁଦ୍ଦିନ୍ ସିଦ୍ଦିକୀଙ୍କ ଫିଲ୍ମ ଗେଟଅପ୍ ମଧ୍ୟ ଦମଦାର ହୋଇଛି, ସେ ବିଲକୁଲ ବାଲ ସାହେବଙ୍କ ଭଳି ଲାଗୁଛନ୍ତି । ଫିଲ୍ମର ଡାଇଲଗ୍ ମଧ୍ୟ ଅତି ଦମଦାର ହୋଇଛି । ଏହି ଫିଲ୍ମକୁ ଡାଇରେକ୍ଟ କରିଛନ୍ତି ଅଭିଜିତ୍ ଫାନ୍ସେ।

ମିଳିଥିବା ଖବର ଅନୁଯାୟୀ, ବାଲା ସାହେବଙ୍କ ଜନ୍ମ ଦିବସ ଅବସରରେ ଏହି ଫିଲ୍ମଟି ୨୦୧୯ ଜାନୁୟାରୀ ୨୩ତାରିଖରେ ସମସ୍ତ ସିନେମା ହଲରେ ମୁକ୍ତିଲାଭ କରିବ। ଫିଲ୍ମର ପୋଷ୍ଟରରେ ନଓ୍ବାଜୁଦ୍ଦିନ ପୂରା ବାଲ ଠାକରେଙ୍କ ପରି ଦିଶୁଛନ୍ତି।

ପଢନ୍ତୁ; ବରକୋଳି ଖାଇବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ! ଜାଣନ୍ତୁ ସେ ସମ୍ପର୍କରେ

Related posts

ସାମ୍ନାକୁ ଆସିଲା ‘ରେସ-୩’ର ନୂଆ ପୋଷ୍ଟର

ENO Beuro

ଖୁବ ଶୀଘ୍ର ଦୀପିକା ପାଦୁକୋନ୍ ପ୍ରଯୋଜିକା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି

ENO Beuro

ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ‘ଦବଙ୍ଗ-୩’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More