Entertainment

ବିବାଦରେ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’

anupam

ଇତିହାସକୁ ଆମେ ବଦଳାଇ ପାରିବୁ ନାହିଁ: ଅନୁପମ ଖେର

ପୂର୍ବତନ ପ୍ରଧାମନ୍ତ୍ରୀ ଡ. ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ କୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଇଛି ଏକ ଫିଲ୍ମ। ଏହା ମନମୋହନ ସିଂଙ୍କ ବାୟୋପିକ୍‌। ଗୁରୁବାର ଏହାର ଟ୍ରେଲର୍‌ ରିଲିଜ ହେବା ପରେ ଆରମ୍ଭ ହୋଇଯାଇଛି ରାଜନୀତି। କଂଗ୍ରେସର ବରିଷ୍ଠ ନେତା ପିଏଲ୍‌ ପୁନିଆ କହିଛନ୍ତି ଏହା ବିଜେପିର ଏକ ଚକ୍ରାନ୍ତ।

anupam

ଅଭିଯୋଗ ଆସିଛି ଯେ, ଫିଲ୍ମର କିଛି ଦୃଶ୍ୟରେ ନିର୍ବାଚନ ପୂର୍ବରୁ ଦଳ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମ୍ମାନହାନୀ ପାଇଁ ଯୋଜନା କରାଯାଇଛି ବୋଲି ଯୁବ କଂଗ୍ରେସ କହିଛି। ଏଣୁ ଜାନୁଆରି ୧୧ରେ ଫିଲ୍ମର ରିଲିଜ ପୂର୍ବରୁ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଉ। ଏହାଛଡ଼ା ତଥ୍ୟ ବାହାରର ଦୃଶ୍ୟକୁ ପୁଣିଥରେ ସଂପାଦନ କରାଯାଉ ବୋଲି ଦାବି ହୋଇଛି । ମଧ୍ୟପ୍ରଦେଶ କଂଗ୍ରେସ ମଧ୍ୟ ଏନେଇ ଆପତ୍ତି ଉଠାଇଛି।

ଉଲ୍ଲେଖଯୋଗ୍ୟ,ମନମୋହନ ସିଂହଙ୍କ ପରାମର୍ଶଦାତା ସଞ୍ଜୟ ବାରୁ ଡକ୍ଟର ସିଂହଙ୍କ ଉପରେ ସମାନ ଶୀର୍ଷକରେ ଲେଖିଥିବା ପୁସ୍ତକଟିକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଚଳଚ୍ଚିତ୍ରର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇ ଯାଇଛି। ଏଥିରେ କଂଗ୍ରେସ ଓ ଗାନ୍ଧୀ ପରିବାର ସଂପର୍କରେ ଅନେକ କଥା ଦେଖିବାକୁ ମିଳିବ। ମନମୋହନ ସିଂହଙ୍କ ଭୂମିକା, ଅର୍ଥାତ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ଦକ୍ଷ କଳାକାର ଅନୁପମ୍‌ ଖେର୍‌

ପଢନ୍ତୁ; ଅଡୁଆରେ ତେଲଗୁ ଅଭିନେତା ମହେଶବାବୁ

Related posts

ଓଡିଆ ସିନେମା ‘ ପ୍ୟାର ଅଲଗା ପ୍ରକାର ‘ ସିନେମାର ଶୁଭ ମହୁରତ

ENO Beuro

ପ୍ରଥମ ଥର ଏକାଠି ହେବେ ଅମିତାଭ ବଚ୍ଚନ ଓ ଇମରାନ ହାସମୀ

Ratnamani Moharana

ଇଣ୍ଟରନେଟରେ ଛାଇଲା ମଣ୍ଟୁ ଛୁରିଆଙ୍କ ମ୍ୟୁଜିକ ଭିଡିଓ “ଲବଙ୍ଗ ଲତା”

ENO Beuro

Leave a Comment