ରିଲିଜ ହେଲା ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର

pm

ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଚର’ର ଟ୍ରେଲର ରିଲିଜ୍ ହୋଇଛି । ପୂର୍ବତନ ପ୍ରଧାମନ୍ତ୍ରୀ ଡ. ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ କୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଇଛି ଏକ ଫିଲ୍ମ। ଏହା ମନମୋହନ ସିଂଙ୍କ ବାୟୋପିକ୍‌। ବଲିଉଡ୍ ଲୋକପ୍ରିୟ ଅଭିନେତା ଅନୁପମ୍ ଖେର ଫିଲ୍ମରେ ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନ ବିଜୟ ରତ୍ନାକର ଗୁଟ୍ଟେ ଦେଇଥିବାବେଳେ ହଂସଲ ମେହତା ହେଉଛନ୍ତି କ୍ରିଏଟିଭ୍ ପ୍ରଡ୍ୟୁସର ।

pm

ମାତ୍ର ଅଢେଇ ମିନିଟର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଜୀବନ କାହାଣୀର ଏକ ଛୋଟିଆ ଝଲକ୍ । ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର’ରେ ନିଜ ଅଭିନୟକୁ ବେଶ୍ ସଠିକ୍ ଢଙ୍ଗରେ ପରିବେଶଷ କରିଛନ୍ତି ଅନୁପମ । ସିନେମାଟିରେ ଅବିକଳ ମନମୋହନ୍ ସିଂଙ୍କ ଭଳି ନଜର ଆସିବା ସହ ମନମୋହନଙ୍କ ଭଳି ଚାଲି, କଥା କହିବାର ଶୈଳୀ ତଥା ପ୍ରତିଟି ମତିଗତି ବେଶ୍ ଭଲ ଭାବରେ ଉପସ୍ଥାପନା କରିଛନ୍ତି ଅନୁପମ ।

ପଢନ୍ତୁ; ଶୀତଦିନେ ସୁସ୍ଥ ଓ କୋମଳ ତ୍ୱଚା ପାଇବାର କିଛି ସରଳ ଉପାୟ! ଜାଣିରଖନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More