Loading...

ଦିନକପରେ ଦୀପାବଳୀ ମହାକାଳୀ ପୂଜା ପାଇଁ ସଜେଇ ହେଉଛି ରାଜଧାନୀ

ଦିନକପରେ ଦୀପାବଳୀ ମହାକାଳୀ ପୂଜା ପାଇଁ ସଜେଇ ହେଉଛି ରାଜଧାନୀ

ରାଜଧାନୀର ପୁରୁଣା କାଳୀପୂଜା ଉତ୍ସବ ମଧ୍ୟରୁ ସତ୍ୟନଗର ସତ୍ୟକାଳୀ ମନ୍ଦିରର ପୂଜା ବହୁ ପୁରୁଣା।

ମା’ ଦୁର୍ଗା ଓ ଗଜଲକ୍ଷ୍ମୀଙ୍କ ପରେ ଧରାବତରଣ କରିବେ ମହାକାଳୀ। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ସହରର ବିଭିନ୍ନ କାଳୀ ମନ୍ଦିରରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାଜଧାନୀର ପୁରୁଣା କାଳୀପୂଜା ଉତ୍ସବ ମଧ୍ୟରୁ ସତ୍ୟନଗର ସତ୍ୟକାଳୀ ମନ୍ଦିରର ପୂଜା ବହୁ ପୁରୁଣା। ସେଠାରେ ଚଳିତ ବର୍ଷ ଦୁର୍ଲଭ ଦଶ ମହାବିଦ୍ୟା ବେଶରେ ଦର୍ଶନ ଦେବେ ମା’। ପରମ୍ପରା ଅନୁସାରେ ମା’ଙ୍କ ପୂଜା ୧୦ଦିନ ଧରି ଚାଲିବ। ଚଳିତ ବର୍ଷ ୪୪ ବର୍ଷରେ ପଦାର୍ପଣ କରୁଥିବା ଏହି ପୂଜା ଉତ୍ସବ ଏଥର ମହାସମାରୋହରେ ଆୟୋଜିତ ହେଉଛି। ଆସନ୍ତା୧୨ ତାରିଖରୁ ଆରମ୍ଭ ହେଉଥିବା ଏ ପୂଜା ୨୧ରେ ଶେଷହେବ। ଏଥର ଏକ ପ୍ରାସାଦର ତୋରଣ କରାଯାଉଛି। ପୂଜାବିଧି ଅନୁଯାୟୀ ପ୍ରଥମ ଦିନ ରାତିରେ କଳସ ଅଧିବାସ, ମା’ଙ୍କର ଉପଚାର ପୂଜା ଓ ଚଣ୍ଡୀପାଠ ହେବ। ସେଦିନ ମହାକାଳୀ ବେଶ ଅନୁଷ୍ଠିତ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.