Loading...

ଆସନ୍ତା ୧୯ରୁ ପୁଣି କରୋନା ଟିକାକରଣ, ଜାଣନ୍ତୁ କେଉଁମାନେ ନେବେ ଟୀକା

ଆସନ୍ତା ୧୯ରୁ ପୁଣି କରୋନା ଟିକାକରଣ, ଜାଣନ୍ତୁ କେଉଁମାନେ ନେବେ ଟୀକା

ଆସନ୍ତା ୧୯ରୁ ରାଜ୍ୟରେ ପୁଣି କୋଭିଡ ଟିକା କରଣ ଅଭିଯାନ । ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଦିଆଯିବ କୋଭିଡ ଟିକା । ଦ୍ୱିତୀୟ ଏବଂ ପ୍ରିକସନ୍ ଡୋଜ୍ ନେଇନଥିବା ବ୍ୟକ୍ତି ନେଇପାରିବେ ଟିକା ।

ଆସନ୍ତା ୧୯ରୁ ରାଜ୍ୟରେ ପୁଣି କୋଭିଡ ଟିକା କରଣ ଅଭିଯାନ । ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଦିଆଯିବ କୋଭିଡ ଟିକା । ଦ୍ୱିତୀୟ ଏବଂ ପ୍ରିକସନ୍ ଡୋଜ୍ ନେଇନଥିବା ବ୍ୟକ୍ତି ନେଇପାରିବେ ଟିକା । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କେବଳ କୋଭିସିଲ୍ଡ ଉପଲବ୍ଧ ହେବ । ଟୁଇଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ।କିଛି ଦିନ ପୂର୍ବରୂ କରୋନାର ଆଉ ଏକ ଲହର ଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖିଥିଲେ । ରାଜ୍ୟ ତଥା ଦେଶରେ ମାର୍ଚ୍ଚ ଦ୍ୱିତୀୟ କିମ୍ବା ୩ୟ ସପ୍ତାହରେ ଆସିପାରେ ଚତୁର୍ଥ ଲହର ବୋଲି କହିଥିଲେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି । ସେ କହିଥିଲେ ଚୀନରେ ଏବେ କରୋନା ତାଣ୍ଡବ ରଚିଥିବା ବେଳେ ପିକରେ ପହଞ୍ଚିନି । ଜାନୁଆରୀ ଦ୍ୱିତୀୟ ସପ୍ତାହରେ ସେଠି ପିକରେ ପହଞ୍ଚିପାରେ ମହାମାରୀ । ଏହାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଭାରତରେ ବି କରୋନାର ଚତୁର୍ଥ ଲହର ଆସିପାରେ । ହେଲେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ଭାରତ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.