ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ହକି ବିଶ୍ବକପର ପଞ୍ଚମ ଦିନ । ଆଜି ଖେଳାଯିବ ୨ଟି ମ୍ୟାଚ୍ । କେବଳ କଳିଙ୍ଗରେ ହେବ ମୁକାବିଲା । ଅପରାହ୍ମ ୫ଟାରେ କୋରିଆ ଓ ଜାପାନ ମଧ୍ୟରେ ହେବ ମୁକାବିଲା ।
ହକି ବିଶ୍ବକପର ପଞ୍ଚମ ଦିନ । ଆଜି ଖେଳାଯିବ ୨ଟି ମ୍ୟାଚ୍ । କେବଳ କଳିଙ୍ଗରେ ହେବ ମୁକାବିଲା । ଅପରାହ୍ମ ୫ଟାରେ କୋରିଆ ଓ ଜାପାନ ମଧ୍ୟରେ ହେବ ମୁକାବିଲା । ସେହିପରି ସନ୍ଧ୍ୟା ୭ଟାରେ ଜର୍ମାନି ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ । ସେପଟେ ଗତକାଲି ଚତୁର୍ଥ ଦିନରେ ମାଲେସିଆ, ନେଦରଲ୍ୟାଣ୍ଡସ, ଫ୍ରାନ୍ସ ବିଜୟୀ ହୋଇଛନ୍ତି। ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚଟି ଅମିମାଂସିତ ରହିଛି ।
ଚତୁର୍ଥ ଦିନରେ ୪ଟି ମ୍ୟାଚ ଖେଳାଯାଇଥିଲା । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁଲ-ସିରେ ମାଲେସିଆ-ଚିଲି ଓ ନ୍ୟୁଜିଲାଣ୍ଡ- ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିଲା ମୁକାବିଲା । ମାଲେସିଆ ୩-୨ ଗୋଲରେ ଚିଲିକୁ ହରାଇଥିବାବେଳେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୦-୪ ଗୋଲରେ ହରାଇଥିଲା ୩ ଥରର ବିଶ୍ବ ଚାମ୍ପିଅନ ନେଦରଲ୍ୟାଣ୍ଡସ । ସେହିପରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପୁଲ-ଏ ରେ ମୁହାଁମୁହିଁ ହୋଇଥିଲେ ଫ୍ରାନ୍ସ- ଦକ୍ଷିଣ ଆଫ୍ରିକା ଓ ଆର୍ଜେଣ୍ଟିନା- ଅଷ୍ଟ୍ରେଲିଆ ।
ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨-୧ ଗୋଲରେ ପରାସ୍ତ କରିଥିଲା ଫ୍ରାନ୍ସ । ସଂଧ୍ୟା ୭ଟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ତୃତୀୟ କ୍ବାର୍ଟର ସୁଦ୍ଧା ଆର୍ଜେଣ୍ଟିନା ୩ଟି ଗୋଲ ଦେଇଥିବେବେଳେ ଅଷ୍ଟ୍ରେଲିଆ ୨ଟି ଗୋଲ ଦେଇ ପଛରେ ରହିଥିଲା । ଖେଳ ଆଉ ମାତ୍ର ୬ ମିନିଟ୍ ବାକି ଥିବାବେଳେ ଅଷ୍ଟ୍ରେଲିଆ ଆଉ ଗୋଟିଏ ଗୋଲ ଦେଇ ସ୍ଥିତି ବରାବର କରିଥିଲା । ଶେଷ ସୁଦ୍ଧା ଆଉ ଗୋଲ ହୋଇପାରି ନଥିବାରୁ ମ୍ୟାଚ ଟାଇରେ ରେ ଶେଷ ହୋଇଥିଲା ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।