Loading...

କମିଲା ଡାଲି ଓ ପିଆଜ ଦର

କମିଲା ଡାଲି ଓ ପିଆଜ ଦର

ଦୀପାବଳିର ଠିକ୍‌ ପୂର୍ବରୁ ସରକାର ସାଧାରଣ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ଏବେ ନିଜ ଉପଭୋକ୍ତାମାନଙ୍କୁ ଶସ୍ତା ଭୋଜନ ଉପଲବ୍ଧ କରାଇବା ପାଇଁ ଜବରଦସ୍ତ ଘୋଷଣା କରିଛନ୍ତି।

ଦୀପାବଳିର ଠିକ୍‌ ପୂର୍ବରୁ ସରକାର ସାଧାରଣ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ଏବେ ନିଜ ଉପଭୋକ୍ତାମାନଙ୍କୁ ଶସ୍ତା ଭୋଜନ ଉପଲବ୍ଧ କରାଇବା ପାଇଁ ଜବରଦସ୍ତ ଘୋଷଣା କରିଛନ୍ତି। ସରକାର କମ୍‌ ଦାମ୍‌ରେ ଡାଲି ଓ ପିଆଜ ଉପଲବ୍ଧ କରାଇଛନ୍ତି। ଉପଭୋକ୍ତା ମନ୍ତ୍ରାଳୟ ଗୁରୁବାର କହିଛି ଯେ ଦୀପାବଳିରେ ଖାଦ୍ୟପେୟ ଜିନିଷଗୁଡ଼ିକର ଦାମ୍‌ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି।

 

ଉପଭୋକ୍ତା ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ସରକାର ବଡ଼ ପଦକ୍ଷେପ ଉଠାଇବାକୁ ଯାଇ ରାଜ୍ୟଗୁଡ଼ିକୁ ବହୁତ ଶସ୍ତା ଦାମ୍‌ରେ ଡାଲି ଉପଲବ୍ଧ କରାଇବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଡାଲିଗୁଡ଼ିକ ଦାମ୍‌ରେ ୮ ଟଙ୍କା ହ୍ରାସ କରିଛନ୍ତି ଏବଂ ଏହି ଦାମ୍‌ରେ ରାଜ୍ୟଗୁଡ଼ିକୁ ଡାଲି ଉପଲବ୍ଧ କରାଇଛନ୍ତି, ଯେପରି ଉପଭୋକ୍ତାମାନଙ୍କ ପାଖରେ ଶସ୍ତା ଖାଦ୍ୟଶସ୍ୟ ପହଞ୍ଚି ପାରିବ। ଏଥି ସହିତ ଲୋକଙ୍କୁ ଉତ୍ସବ ସମୟରେ ମୂଲ୍ୟ ବୃଦ୍ଧିରୁ ମୁକ୍ତି ମିଳି ପାରିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.