Loading...

ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

କାଲିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୯ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଉଦଘାଟନ କରିବେ ଜଙ୍ଗଲ, ପରିବେଶ, ପଞ୍ଚାୟତ ରାଜ, ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ।

କାଲିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୯ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଉଦଘାଟନ କରିବେ ଜଙ୍ଗଲ, ପରିବେଶ, ପଞ୍ଚାୟତ ରାଜ, ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ। ସାଂସଦ ଭର୍ତ୍ତୃହରି ମହତାବ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଉଛନ୍ତି। କଟକର ଐତିହାସିକ ବାଲିଯାତ୍ରାର ରୂପରେଖ ବଦଳିଛି। ଦୁଇ ବର୍ଷର କରୋନା ମହାମାରୀ ପରେ ବେଶ ଧୁମଧାମରେ ଏଥରର ବାଲିଯାତ୍ରା ଆୟୋଜନ କରୁଛି କଟକ ଜିଲା ପ୍ରଶାସନ। ମହାନଦୀ ପଠାରେ ରହୁଛି କଟକର ବିଭିନ୍ନ ଐତିହ୍ୟ କିମ୍ବଦନ୍ତୀ। ନଦୀ ଜଳରେ ରହୁଛି ଫ୍ଲୋଟିଙ୍ଗ ରେସ୍ତୋରା। ବାଲିଯାତ୍ରା ପଡ଼ିଆର ପରିସୀମାକୁ ୧୫ ଏକରରୁ ଉର୍ଦ୍ଧ୍ବ ଅଞ୍ଚଳକୁ ବୃଦ୍ଧି ଘଟିଛି। ବିସ୍ତ୍ରୀର୍ଣ୍ଣ ଅଞ୍ଚଳରେ ବାଲିଯାତ୍ରା ହେଉଥିବାରୁ ଭିଡ଼ ହେବ ନାହିଁ ବୋଲି ଆଶା କରାଯାଉଛି। କଟକ ମହାନଗର ପକ୍ଷରୁ ଗାଡି ରଖିବା ପାଇଁ ୧୧ ଟି ପାର୍କିଂ ସ୍ଥାନ କରାଯାଇଛି। ମହାନଦୀରେ ବୋଟିଂର ମଜା ନେଇ ପାରିବେ ବାଲିଯାତ୍ରା ଦର୍ଶକ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.