LIFESTYLE

ଆସନ୍ତୁ ଜାଣିବା, ସଙ୍ଗୀତ କିପରି ମାନସିକ ସ୍ଥିତିରେ ପରିବର୍ତ୍ତନ ଆଣେ

ଆସନ୍ତୁ ଜାଣିବା, ସଙ୍ଗୀତ କିପରି ମାନସିକ ସ୍ଥିତିରେ ପରିବର୍ତ୍ତନ ଆଣେ

ସଙ୍ଗୀତ ପ୍ରାୟତଃ ଆମ ସମସ୍ତଙ୍କୁ ଭଲ ଲାଗେ । ସଙ୍ଗୀତ ଆମକୁ ମନୋରଞ୍ଜନ କରିବା ସହିତ ଆମ ମନକୁ ଶାନ୍ତି ଦେଇଥାଏ । ଛୋଟ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯନ୍ତ ସମସ୍ତେ ସଙ୍ଗୀତ ଶୁଣନ୍ତି । କର୍ମକ୍ଲାନ୍ତ ମନରେ ନବ ଉତ୍ସାହ ଭରିଥାଏ । ସଙ୍ଗୀତରେ ବହୁ ଶକ୍ତି ଥିବାର ପୁରାଣ ଓ ଇତିହାସରେ ମତ ରହିଛି । କଥା ରହିଛି ଯେ, ଆକବରଙ୍କ ଦରବାରରେ ନିଯୁକ୍ତ ଥିବା ସଙ୍ଗୀତଜ୍ଞ ତାନସେନ ନିଜ ମେଘ ମହ୍ଲାର ଗାଇ ବର୍ଷା କରେଇ ପାରୁଥିଲେ ।

ପୁରାଣ ଯୁଗରେ ମଣିଷ ଗୀତ ଓ ସଙ୍ଗୀତର ଥେରାପିର ପ୍ରୟୋଗ କରୁଥିଲେ । ଯେଉଁଠି ଡାକ୍ତରଙ୍କ ଡାକ୍ତରୀ ବିଦ୍ୟା ଫେଲ୍ ମାରିଯାଏ ,ସେଠି ସଙ୍ଗୀତ କୁ ସାଥି କରିବା ପାଇଁ ଡାକ୍ତର ଉପଦେଶ ଦେଇଥାନ୍ତି । ସଙ୍ଗୀତ ଦ୍ଵାରା ଆମ ମାନସିକ ସ୍ଥିତିରେ ପଡୁଥିବା ସୁପ୍ରଭାବ :-

 ॰ ଅବସାଦ ଦୂର କରେ  :-

ସଙ୍ଗୀତର ମିଠା ଧୁନରେ ମନରୁ ବିଷାଦ ଦୂର ହୋଇଯାଏ । ନକରାତ୍ମକ ଚିନ୍ତା ମନରୁ ହଟିଯାଏ । ଆମର ଦୈନିକ ଜୀବନକୁ କରେ ଆହ୍ଲାଦିତ । ମନ ହୁଏ ପ୍ରଫୁଲ୍ଲିତ

॰ ସକାରାତ୍ମକ ଚିନ୍ତା ବୃଦ୍ଧି କରେ :-

ଆମର ଦୈନିକ ଜୀବନରେ ଆମେ ଅନେକ ସୁଖ ଦୁଃଖ ଓ ବାଧା ବିପର୍ତିର ସମ୍ମୁଖୀନ ହୋଇଥାଉ । ବେଳେବେଳେ ମନ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଯାଏ । ମନ ଖୋଜେ କାହାର ସ୍ଥିର ସାନିଧ୍ୟ । ସେତେବେଳେ ସଙ୍ଗୀତରେ ହିଁ ମନରେ ସକରାତ୍ମକ ଭାବ ଭରିଥାଏ ।

song

୩ ॰ ସୁନିଦ୍ରା ପ୍ରଦାନ କରେ :-

ସଙ୍ଗୀତର ମଧୁର ରାଗିଣୀ ଅନିଦ୍ରା ଦୂର କରିଥାଏ । ଏହା ଔଷଧ ଠାରୁ ଖୁବ୍ ଭଲ କାମ କରିଥାଏ । ସୁନିଦ୍ରା ଦେଇଥାଏ ।

ସ୍ମୃତି ଶକ୍ତି ପ୍ରଖର କରେ :-

ସଙ୍ଗୀତ ଏପରି ଏକ ଔଷଧ । ଯାହା ଆମର ସ୍ମୃତି ଶକ୍ତିକୁ ପ୍ରଖର କରିଥାଏ । ମନରୁ ସବୁ ଦୃର୍ବଳତା ଦୂର କରି ମସ୍ତିସ୍କରେ ସୃଜନଶୀଳତାର ଭାବ ସୃଷ୍ଟି କରିଥାଏ । ଏଣୁ ଦେଖାଯାଏ ଅନେକ ପିଲା ସଂଗୀତ ମାଧ୍ୟମରେ ମଧ୍ୟ ପାଠ ପଢାରେ ଉନ୍ନତି କରିଥାନ୍ତି ।

କର୍ମକ୍ଷେତ୍ରରେ ଉତ୍ସାହ ପ୍ରଦାନ:-

ଅଧିକ ସମୟ ଧରି ଆମେ କୈାଣସି କାର୍ଯ୍ୟ କରୁଥିବା ବେଳେ , ମନରେ ଏକ ଅନିଚ୍ଛା ଭାବ ସୃଷ୍ଟି ହୁଏ । କ୍ଲାନ୍ତ ମନ ବିଶ୍ରାମ ଖୋଜେ । ସେତିକି ବଳେ ସଂଗୀତର କ୍ଷୀଣ ସ୍ୱର ମନରୁ ସବୁ ଶ୍ରମ କ୍ଲାନ୍ତ ଦୂର କରିଥାଏ ।

ପଢନ୍ତୁ, କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

Related posts

ଗରୁଡ଼ ପୁରାଣ ଅନୁସାରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସତ କହୁଛି କି ମିଛ କହୁଛି କିପରି ଜାଣିବେ?

ENO Beuro

ଦାନ୍ତ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ

ENO Beuro

ଘରକାମରେ ସ୍ତ୍ରୀଲୋକମାନଙ୍କୁ ପୁରୁଷମାନେ ସାହାଯ୍ୟ କରିବା ଉଚିତ, ଏହାଦ୍ୱାରା କ’ଣ ହୁଏ ଜାଣନ୍ତୁ

ENO Beuro

1 comment

Leave a Comment