LIFESTYLE

ବୈବାହିକ ଜୀବନର ସଫଳତା ପାଇଁ ତ୍ୟାଗର ଭୂମିକା କଣ ରହିଛି ? ଆସନ୍ତୁ ଜାଣିବା

By ENO Beuro

February 12, 2018

ତ୍ୟାଗ ହିଁ ବୈବାହିକ ଜୀବନର ମୂଳମନ୍ତ୍ର

ଏକ ଗବେଷଣାରୁ ସୂଚିତ କରାଯାଇଛି ଯେ, ବୈବାହିକ ଜୀବନର ସଫଳତା ପାଇଁ ପରସ୍ପର ତଥା ପରିବାର ସକାଶେ ତ୍ୟାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରିଥାଏ ।

ଆରେଞ୍ଜ୍‌ ମ୍ୟାରେଜ୍‌ ଓ ଲଭ୍‌ ଗ୍ୟାରେଜ୍‌ ମଧ୍ୟରେ କେଉଁଟି ଅଧିକ ସଫଳ ରହିଥାଏ ସେ ନେଇ ଗବେଷକ ସର୍ଭେ କରିଥିଲେ। ଏହି ମର୍ମରେ ସେମାନେ ଅନେକ ପୁରୁଷ ଓ ମହିଳାଙ୍କୁ ପାରିବାରିକ ଜୀବନ ତଥା ବିବାହ ସମ୍ପର୍କରେ କେତେକ ପ୍ରଶ୍ନ ପଚାରିଥିଲେ। କିଛି ଅଂଶଗ୍ରହଣକାରୀ ବିବାହକୁ ଜୀବନ ବ୍ୟାପି ପରସ୍ପର ସହିତ ଜଡିତ ରହିବାର ସଂଜ୍ଞା ଭାବେ ଅଭିହିତ କରିଥିଲେ।

୭୦ ପ୍ରତିଶତରୁ ଅଧିକ ଅଂଶଗ୍ରହଣକାରୀ ବୈବାହିକ ଜୀବନରେ ତ୍ୟାଗକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ପରସ୍ପର ପାଇଁ ତ୍ୟାଗ କରିବା ହିଁ ବୈବାହିକ ଜୀବନର ମୂଳମନ୍ତ୍ର। ଏହି ଭିତ୍ତିଭୂମି ଉପରେ ପାରିବାରିକ ବନ୍ଧନ ସୁଦୃଢ଼ ହେବା ସହିତ ତିଷ୍ଠି ରହିଥାଏ। ବିବାହ ଭଲପାଇ ହେଉ କିମ୍ବା ସ୍ଥିରୀକୃତ ହେଉ କିନ୍ତୁ ଏହାର ସଫଳତା ଦମ୍ପତିଙ୍କ ତ୍ୟାଗ ମନୋଭାବ ଉପରେ ନିର୍ଭର କରିଥାଏ।

ଜୀବନରେ ନିଜସ୍ବ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିବା ପୁରୁଷ ଓ ମହିଳାଙ୍କ ବୈବାହିକ ଜୀବନରେ ଭିନ୍ନ ଭିନ୍ନ ସମୟରେ ଅଶାନ୍ତିର ଘଡ଼ ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଥାଏ ବୋଲି ମନୋସ୍ତତ୍ତ୍ୱବିତ୍‌ ମିନୁ ଭୋସଁଲେ ସୂଚିତ କରିଛନ୍ତି। ତ୍ୟାଗପୂର୍ଣ୍ଣ ଜୀବନ ଆଡ଼ମ୍ବରଯୁକ୍ତ ନ ହେଲେ ମଧ୍ୟ ପାରିବାରିକ ବନ୍ଧନକୁ ସୁଦୃଢ଼ କରିଥାଏ ବୋଲି ସେ କହିଛନ୍ତି।

ପଢନ୍ତୁ;

ଅଣ୍ଡା ସିଝା ପାଣି ଫିଙ୍ଗି ଦେଉଛନ୍ତି କି ? ଏହି ପାଣିର ମଧ୍ୟ ଉପକାରିତା ରହିଛି ! ଜାଣନ୍ତୁ କ’ଣ ?