Loading...

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଆଜି ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହା ପରେ ଆସନ୍ତାକାଲି ସାଧାରଣ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ଏପ୍ରିଲ୍‌ ୬ ଯାଏ ଚାଲିବ ଏହି ଅଧିବେଶନ

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଆଜି ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହା ପରେ ଆସନ୍ତାକାଲି ସାଧାରଣ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ଏପ୍ରିଲ୍‌ ୬ ଯାଏ ଚାଲିବ ଏହି ଅଧିବେଶନ । ବଜେଟ ଅଧିବେଶନର ପ୍ରଥମ ଭାଗ ଫେବ୍ରୁଆରୀ ୧୪ ଯାଏ ଚାଲିବ । ଦ୍ୱିତୀୟ ଭାଗ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ । ତା ମଧ୍ୟରେ ୨୭ଟି ସିଟିଂ ରହିବ । ଅବକାଶ ସହ ସମୁଦାୟ ୬୬ ଦିନ ଚାଲିବ ଅଧିବେଶନ । ବଜେଟ ସେସନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ପ୍ରଥମ ଥର ପାଇଁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମ ଅନୁଯାୟୀ ମଧ୍ୟାହ୍ନ ୧୨ଟାରେ ପାର୍ଲାମେଣ୍ଟର ଆନେକ୍ସ ବିଲ୍‌ଡିଂରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଅଧିବେଶନ ସୁରୁଖୁରୁରେ ଚାଲିବା ନିମନ୍ତେ ବିରୋଧୀ ଦଳଙ୍କ ସହଯୋଗ କାମନା କରିବେ। ମାତ୍ର ବିରୋଧୀ ଦଳଗୁଡିକ ଆଗାମୀ ଅଧିବେଶନରେ ସୀମା ବିବାଦ, ଦରଦାମ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.