Loading...

ଆଇପିଏଲ ୨୦୨୨: ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ନାଁରେ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ

ଆଇପିଏଲ ୨୦୨୨: ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ନାଁରେ ପଡିଆକୁ ଓଲ୍ହାଇବ ଲକ୍ଷ୍ନୌ ଟିମ

ଲକ୍ଷ୍ନୌ ଟିମର ମାଲିକ ସଂଜୀବ ଗୋଏଙ୍କା ଟିମର ନାଁ ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ରଖାଯାଇଥିବା ନେଇ ଘୋଷଣା କରିଛନ୍ତି। ଆଜି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ନାଁର ଘୋଷଣା କରିଛି ଦଳ ।

ଧମାଲ କରିବ ଆଇପିଏଲ୍ ୨୦୨୨ | ଏଥର ୮ଟି ନୁହେଁ ବରଂ ୧୦ଟି ଟିମ କରିବେ କ୍ରିକେଟ ପ୍ରେମୀଙ୍କ ମନୋରଞ୍ଜନ | ପୂର୍ବରୁ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ଟିମ ଆଇପିଏଲ୍ ୨୦୨୨ରେ ସାମିଲ ହୋଇଥିଲେ | ହେଲେ ଆଇପିଏଲରେ ଥିବା ପ୍ରତ୍ୟକ ଦଳ ଭିନ୍ନ ନାଁ ରଖାଯାଇଥିବା ବେଳେ ଏହି ଦୁଇ ଦଳ କେବେ ନିଜ ନିଜର ନାମକରଣ କରିବେ ସେ ଅପେକ୍ଷାରେ ଥିଲେ କ୍ରିକେଟ ପ୍ରେମୀ | ହେଲେ ଆଜି ସେଇ ଅପେକ୍ଷାର ଅନ୍ତ ଘଟାଇଛି ଲକ୍ଷ୍ନୌ ଟିମ | ନୂଆ ନାଁ ସହ ଆଇପିଏଲରେ ଯୋଡି ହୋଇଛି ଲକ୍ଷ୍ନୌ ଟିମ |

ଏହି ଟିମର ମାଲିକ ସଂଜୀବ ଗୋଏଙ୍କା ଟିମର ନାଁ ‘ଲକ୍ଷ୍ନୌ ସୁପର ଜିଆଣ୍ଟ’ ରଖାଯାଇଥିବା ନେଇ ଘୋଷଣା କରିଛନ୍ତି। ଆଜି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ନାଁର ଘୋଷଣା କରିଛି ଦଳ । ଲକ୍ଷ୍ନୌ ଦଳ ଆଇପିଏଲର ନିଲାମୀ ପୂର୍ବରୁ କେଏଲ ରାହୁଲ, ମାର୍କସ ଷ୍ଟୋଇନିସ ଓ ରବି ବିଶ୍ନୋଇଙ୍କୁ ଦଳରେ ସାମିଲ କରିଛି । କେଏଲ ରାହୁଲଙ୍କୁ ଦଳ ଅଧିନାୟକ ଭାବେ ୧୭ କୋଟି ଦେଇ ସାମିଲ କରାଯାଇଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳି ମାର୍କସ ଷ୍ଟୋଇନିସ ଦ୍ୱିତୀୟ ଖେଳାଳି ଭାବେ୧୧ କୋଟି ଟଙ୍କା ସହ ଦଳରେ ସାମିଲ କରାଯାଇଛି | ତେବେ ଲକ୍ଷ୍ନୌ ପରେ ଅହମ୍ମଦାବାଦ କେବେ ଦଳର ନାଁ ଘୋଷଣା କରିବ ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି |


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.