ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି

sea

କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ୍ ମାଣ୍ଡଭୀୟ କହିଛନ୍ତି ଯେ, ସମୁଦ୍ର ନାବିକଙ୍କ ସଂଖ୍ୟା ଭାରତରେ ପ୍ରାୟ 60,000 ବୃଦ୍ଧି ଘଟିଛି । ପୂର୍ବରୁ ଜାହାଜ ସମ୍ପର୍କିତ କ୍ଷେତ୍ରରେ 92 ହଜାର ଲୋକ ନିଯୁକ୍ତ ଥିବା ବେଳେ ଏବେ ଏହି ସଂଖ୍ୟା 1,54,000କୁ ବୃଦ୍ଧି ପାଇଛି।

ମନ୍ତ୍ରୀ କହିଥିଲେ ଯେ, ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ଉଦ୍ୟମ କରୁଛନ୍ତି । ପରୀକ୍ଷା ପଦ୍ଧତିରେ ସଂସ୍କାର କାର୍ଯ୍ୟ ଜାରି ରହିଛି । ପୂର୍ବରୁ 1 ରୁ 2 ପ୍ରତିଶତ ପ୍ରାର୍ଥୀ ନାବିକଙ୍କ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ବେଳେ ଏବେ 10 ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହେଉଛନ୍ତି । ଏହା ଫଳରେ ଅଧିକରୁ ଅଧିକ ଯୁବପିଢ଼ି ଏହି କ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ପାଉଛନ୍ତି।

sea

ଶ୍ରୀ ମାଣ୍ଡଭୀୟ କହିଥିଲେ ଯେ, ନାବିକ ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେଉଥିବା ପିଲାମାନେ ଯେପରି ପ୍ରଶିକ୍ଷଣ କାଳରେ ସମୁଦ୍ର ଭ୍ରମଣର ସୁଯୋଗ ଯେପରି ପାଇବେ ସେ ଦିଗରେ ନିୟମ କରାଯାଇଛି । ଏହା ଫଳରେ ସେମାନେ ଏହି କ୍ଷେତ୍ରରେ ନିଯୁକ୍ତି ପାଇଁ ନିଜକୁ ଅଧିକ ପ୍ରସ୍ତୁତ କରିପାରିବେ।

ପଢନ୍ତୁ;ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More