News

ଦିଲ୍ଲୀର ପ୍ରଦୂଷିତ ପରିସ୍ଥିତି ପାଇଁ ପୁଣି ଲାଗୁହେବ ଯୁଗ୍ମ ଅଯୁଗ୍ମ ଗାଡି ଚଳାଚଳ ନିୟମ

ଦିଲ୍ଲୀ-ଏନ୍‌ସିଆର ତଥା ଆଖାପାଖ ଅଞ୍ଚଳ ଖାଲି ଧୂଆଁମୟ ଦିଶୁଚି । କ୍ରମାଗତ ୩ ଦିନ ପରେ ମଧ୍ୟ ପରିବେଶ ଅତ୍ୟଧିକ ପ୍ରଦୂଷିତ ହେବାରେ ଲାଗିଛି । ପୁରା ସହର କୁହୁଡି ଓ ପ୍ରଦୂଷିତ ଧୁଆଁରେ ଆଚ୍ଛାଦିତ ହୋଇଛି।  ତେଣୁ ରାସ୍ତାଘାଟରେ ଯାତାୟତରେ ଅସୁବିଧା ହେବା ସହିତ ଦୁର୍ଘଟଣା ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତିକୁ ନଜରରେ ରଖି ଯୁଗ୍ମ ଅଯୁଗ୍ମ ଗାଡି ଚଳାଚଳ ନିୟମ ପୁଣି ଲାଗୁ କରିବାକୁ ଦିଲ୍ଲୀ ସରକାର ବିଚାର କରୁଛନ୍ତି ।

ଗୁରୁବାର ନଭେମ୍ବର ୯ ତାରିଖରେ ଉଚ୍ଚନ୍ୟାୟାଳୟ ଏହି ପ୍ରସଙ୍ଗ ସମ୍ପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଆଲୋଚନା କରି , ଏଭଳି ପରିସ୍ଥିତି କେଉଁ ପଦକ୍ଷେପ ଉଠାଯିବା ଜାରୁରୀ ସେ ନେଇ ନିସ୍ପତି ନେବେ ।

ଏଏନ୍‌ଆଇ ପକ୍ଷରୁ ପ୍ରକାଶ, ଦିଲ୍ଲୀରେ ନଭେମ୍ବର ୧୩ରୁ ୧୭ ମଧ୍ୟ ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ଲାଗୁ ହୋଇଯିବ । ଯୁଗ୍ମ ଦିନରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଅଯୁଗ୍ମ ଦିନେ ଅଯୁଗ୍ମ ନମ୍ବର ଥିବା ଗାଡ଼ି ହିଁ କେବଳ ଚାଲିବ ।

ବିଭିନ୍ନ ସ୍ଥାନରେ ପ୍ରଦୂଷଣ ମାତ୍ରା ୪୦୦ରୁ ୭୦୦ ମଧ୍ୟରେ ରେକର୍ଡ କରାଯାଇଛି।   ପଂଜାବୀ ବାଗ ଓ ଆର.କେ ପୁରମରେ ପ୍ରଦୂଷଣ ସ୍ତର ଅଚାନକ ବୃଦ୍ଧି ପାଇଛି।

ଦିଲ୍ଲୀରେ ଗୁରୁବାର ସକାଳେ ଏକ ପ୍ରଦୂଷଣର ଛାୟା ରହିଥିଲା। ଦିଲ୍ଲୀରେ ନ୍ୟୁନତମ ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ୍‌ ରହିଛି। ପାଣିପାଗ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ଗୁରୁବାର ଅନେକ ଅଞ୍ଚଳରେ ମଧ୍ୟମସ୍ତରର ପ୍ରଦୂଷଣ ଛାୟା ରହିଥିଲା ବେଳେ କେତେକାଂଶରେ ଘନ ପ୍ରଦୂଷଣ ଛାୟା ଥିବା ଦେଖିବାକୁ ମିଳିଥିଲା। ସକାଳ ୮.୩୦ ପର୍ଯ୍ୟନ୍ତ ବାତାବରଣର ଆଦ୍ରତା ୯୩ ପ୍ରତିଶତ ରହିଥିଲା।

ଆଗାମୀ ଦୁଇ ତିନିଦିନ ପର୍ଯ୍ୟନ୍ତ ଏଭଳି ବାତାବରଣ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ନଜରରେ ରଖି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ସମସ୍ତେ ପ୍ରଚୁର ପାଣି ପିଇବା ସହ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।   ସମସ୍ତଙ୍କୁ ସରକାରୀ ବସ୍ ଓ ମେଟ୍ରୋ ଟ୍ରେନ୍‌ରେ ଯାଆସ୍ କରିବାକୁ ନିବେଦନ କରାଯାଇଛି।  ଲୋକଙ୍କ ଆବଶ୍ୟକତାକୁ ଦେଖି ମେଟ୍ରୋ ଟ୍ରେନ ଅଧିକ ଥର ଚଳାଯାଉଛି। ପ୍ରଦୂଷଣ ଯୋଗୁଁ ଯାନବାହନ ଚଳାଚଳ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି । ୪୧ଟି ଟ୍ରେନ ବିଳମ୍ବରେ ଚାଲୁଥିବା ବେଳେ ୯ଟି ଟ୍ରେନର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି।  ୧୦ଟି ଟ୍ରେନ୍ ବାତିଲ କରାଯାଇଛି।

ଦିଲ୍ଲୀର ପ୍ରଦୂଷିତ ପରିସ୍ଥିତି ପାଇଁ ପୁଣି ଲାଗୁହେବ ଯୁଗ୍ମ ଅଯୁଗ୍ମ ଗାଡି ଚଳାଚଳ ନିୟମ  ଦିଲ୍ଲୀର ପ୍ରଦୂଷିତ ପରିସ୍ଥିତି ପାଇଁ ପୁଣି ଲାଗୁହେବ ଯୁଗ୍ମ ଅଯୁଗ୍ମ ଗାଡି ଚଳାଚଳ ନିୟମ

ପଢନ୍ତୁ, କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ନାଟକ କରୁଛନ୍ତି ରାଜ୍ୟ ସରକାର – ମନ୍ତ୍ରୀ ଜୁଏଲ ଓରାମ

Related posts

ସୁନନ୍ଦା ପୁଷ୍କର ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ

ENO Beuro

ପ୍ରଖ୍ୟାତ ହିନ୍ଦୀ କବି ଗୋପାଳ ଦାସ ନୀରଜଙ୍କ ପରଲୋକ

ENO Beuro

ସାବିତ୍ରୀବ୍ରତରେ ବଡ ଅଘଟଣ:ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ଵାମୀଙ୍କ ମୃତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More