Loading...

ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଚାଞ୍ଚଲ୍ୟକର ବୟାନ: ବାତ୍ୟା ସମ୍ଭାବନା ଏଡ଼ାଯାଇ ନ ପାରେ

ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଚାଞ୍ଚଲ୍ୟକର ବୟାନ: ବାତ୍ୟା ସମ୍ଭାବନା ଏଡ଼ାଯାଇ ନ ପାରେ

ସମ୍ଭାବ୍ୟ ବାତ୍ୟାକୁ ନେଇ କଳ୍ପନାଜଳ୍ପନା ଓ ଦ୍ବନ୍ଦ୍ବ ଏବେ ବି ଜାରି ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବ‌ାରୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇପାରେ।

ସମ୍ଭାବ୍ୟ ବାତ୍ୟାକୁ ନେଇ କଳ୍ପନାଜଳ୍ପନା ଓ ଦ୍ବନ୍ଦ୍ବ ଏବେ ବି ଜାରି ରହିଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବ‌ାରୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇପାରେ। କିନ୍ତୁ ଆସନ୍ତା ୫ ଦିନ ଭିତରେ ‌ପୂର୍ବ ଭାରତରୁ ମୌସୁମୀ ଫେରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଯଦି ୨୧ ତାରିଖ ଭିତରେ ରାଜ୍ୟରୁ ମୌସୁମୀ ଫେରିଯାଏ ତେବେ ବାତ୍ୟା ସମ୍ଭାବନାକୁ ଏଡ଼ାଯାଇନପାରେ ବୋଲି ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଡ. ପଶୁପାଳକ କହିଛନ୍ତି, ଆସନ୍ତା ୧୭ ତାରିଖ ବେଳକୁ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗରରେ ଅଧିକ ଘନୀଭୂତ ହୋଇ ୧୯ ତାରିଖ ବେଳକୁ ଏକ ଲଘୁଚାପର ରୂପ ନେଇପାରେ। ୧୯ ତାରିଖ ପରେ ୭ ଦିନ ପର୍ଯ୍ୟନ୍ତ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ବାୟୁମଣ୍ଡଳର ଅବସ୍ଥା ସମ୍ପର୍କରେ ପୂର୍ବାନୁମାନ ମଡେଲମାନଙ୍କ ମଧ୍ୟରେ ସହମତି ନାହିଁ। ଜିଏଫ୍‌ଏସ୍‌ ମଡେଲ କହୁଛି, ୨୧ ତାରିଖ ପରଠାରୁ ଏସବୁ ବାତ୍ୟା ଘନୀଭୂତକାରୀ ଉପାଦାନ ଅନୁକୂଳ ରହିବ। ଉତ୍ତର ବଙ୍ଗୋପସାଗରରୁ ବାତ୍ୟା ସେତେବେଳକୁ ଅପସାରଣ ହୋଇଥିବ କିମ୍ବା ପ୍ରତ୍ୟାବର୍ତ୍ତନ ନ ହେଲେ ମଧ୍ୟ ‌ସେହିପରି ଅବସ୍ଥା ରହିବ। ଯାହାଦ୍ବାରା ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଯଦି ବାତ୍ୟା ହୁଏ, ତାହା ଅତିଭୀଷଣ ରୂପ ନେବ। ନଚେତ ଏକ ଅବପାତରେ ସୀମିତ ରହିବ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବାତ୍ୟା ସମ୍ଭାବନା ନାହିଁ। ଯଦି ଘନୀଭୂତ ହୁଏ, ଏହା ୨୧ ତାରିଖ ପରେ ହିଁ ବାତ୍ୟା ପାଇଁ ଅନୁକୂଳ ବାତାବରଣ ପାଇବ। ଏନେଇ ୧୭ ତାରିଖ ପରେ ହିଁ ସ୍ପଷ୍ଟ ସୂଚନା ମିଳିବ ବୋଲି ସେ କହିଛନ୍ତି। ବର୍ତ୍ତମାନର ବାତ୍ୟା ଆକଳନ ସଠିକ୍‌ ନ ହୋଇପାରେ; କିନ୍ତୁ ବିଜ୍ଞାନ ସମ୍ମତ। ଅନ୍ୟପଟେ ରାଜ୍ୟରେ ଏବେ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଯଦି ଚଳିତ ବର୍ଷ ୨୧ ତାରିଖ ପୂର୍ବରୁ ମୌସୁମୀ ଫେରିଯାଏ; ତେବେ ବଙ୍ଗୋପସାଗରରେ ତଥା ସଂଲଗ୍ନ ଓଡ଼ିଶାରେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.