LIFESTYLE

ଆପଣ କମ ଖାଦ୍ୟ ଖାଉଛନ୍ତି କି ?ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ !ଜାଣନ୍ତୁ କମ ଖାଦ୍ୟ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦେଖାଯାଇଥାଏ

ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଏବଂ ଆବଶ୍ୟକ ମୁତାବକ ଖାଦ୍ୟ ଗ୍ରହଣ କରିବା ଅଧିକ ଜରୁରୀ ହୋଇଥାଏ । କାରଣ ଆମ ଶରୀର ଠିକ ଭାବେ କାମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର କ୍ୟାଲୋରୀର ଆବଶ୍ୟକତା ରହିଥାଏ । କିନ୍ତୁ କେତେକ ଲୋକ କମ ଖାଦ୍ୟ ଖାଆନ୍ତି । ଫଳରେ ଶରୀରକୁ କମ କ୍ୟାଲୋରୀ ମିଳିଥାଏ ଏବଂ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସଠିକ ଭାବେ କାର୍ଯ୍ୟ କରିପାରିନଥାଏ।

ତେବେ କମ ଖାଇବା ଦ୍ୱାରା ଶରୀରରେ ହେଉଥିବା କେଉଁ କେଉଁ ସମସ୍ୟା ହୁଏ  ଆସନ୍ତୁ ଜାଣିବା ସେ ସମ୍ପର୍କରେ –

  • ଥଣ୍ଡା ଲାଗିବା – କମ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ କ୍ୟାଲୋରୀ ମାତ୍ରା କମିଯାଇଥାଏ । ଯାହାଫଳରେ ଆମ ଶରୀରର ତାପମାତ୍ରା କମ ହେବାରେ ଲାଗିଥାଏ । ଯାହାଫଳରେ ଆମକୁ ଥଣ୍ଡା ଅନୁଭୁତ ହୋଇଥାଏ ।
  • କୋଷ୍ଠକାଠିନ୍ୟ ସମସ୍ୟା – ସର୍ବଦା ଲୋକ ମୋଟା ହେବାରୁ ମୁକ୍ତି ପାଇବା ପାଇଁ ନିଜର ଖାଦ୍ୟକୁ କମ କରି ଦେଇଥାନ୍ତି । ଯାହା ଫଳରେ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିବା ବନ୍ଦ ହୋଇଯାଇଥାଏ । ଏହା ପରେ ଆମର ପାଚକ ତନ୍ତ୍ର ଦୁର୍ବଳ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।
  • ଥକାପଣ- କୌଣସି କାମ କରିବା ସମୟରେ ପର୍ଯ୍ୟାପ୍ତ କ୍ୟାଲୋରୀର ଆବଶ୍ୟକତା ରହିଥାଏ । ଯେବେ ଶରୀରରେ ଉର୍ଜା ଶେଷ ହୋଇଥାଏ ସେତେବେଳେ ଶରୀରକୁ ଥକା ଲାଗିଥାଏ । ଯାହା ଅନେକ ସମସ୍ୟାର ପ୍ରମୁଖ କାରଣ।
  • ଭୋକ ଲାଗିବା – ଯେତେବେଳେ ଶରୀରକୁ ବେଶ ଥକା ଲାଗିଥାଏ ସେତେବେଳେ ଆମକୁ ଭୋକ ଲାଗିଥାଏ । ଏହାର ମୁଖ୍ୟ କାରଣ ଥାଏ ଶରୀରରେ  ଶକ୍ତି କମିବା।
  • ଅଧିକ ନିଦ ଲାଗିବା – ଯଦି ଆମେ କମ ଖାଇବା ତେବେ ଆମକୁ ଥକା ଲାଗିଥାଏ । ଯାହାଫଳରେ ଆମକୁ ସବୁବେଳେ ନିଦ ଲାଗିଥାଏ।
  • ଦୁର୍ବଳ ଲାଗିବା – ଯେତେବେଳେ ଶରୀରକୁ କ୍ୟାଲୋରୀର ଆବଶ୍ୟକତା ରହିଥାଏ ସେତେବେଳେ ଭୋକ ଲାଗେ । ମାତ୍ର ଭୋକ ଲାଗିବା ସମୟରେ ଆମେ କମ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଦୁର୍ବଳତା ଆସିଥାଏ । ଦୁର୍ବଳତା ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥାଏ।
  • ଚିନ୍ତାଗସ୍ତ ରହିବା – ଆମ ଶରୀରକୁ କାମ କରିବା ପାଇଁ ଅନେକ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି ଏବଂ କମ ଖାଇବା ଦ୍ୱାରା ଆମକୁ ସେ ସବୁ ମିଳିପାରିନଥାଏ । ଏପରି କ୍ଷେତ୍ରରେ କାମ ନକରିପାରିବା ଯୋଗୁଁ ଆମେ ଚିନ୍ତାଗସ୍ତ ରହିବା ସହ ଆମକୁ ରାଗ ମଧ୍ୟ ଆସିଥାଏ।

ଆପଣ କମ ଖାଦ୍ୟ ଖାଉଛନ୍ତି କି ?ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ !ଜାଣନ୍ତୁ କମ ଖାଦ୍ୟ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦେଖାଯାଇଥାଏ poor deit

ପଢନ୍ତୁ ;

ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅ ମାନେ ହୋଇଥାନ୍ତି ସମସ୍ତଙ୍କର କେନ୍ଦ୍ରବିନ୍ଦୁ ! ଜାଣନ୍ତୁ

Related posts

ସକାଳୁ ତେଜପତ୍ର ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

କ୍ଷୀର ଚା’ ଅପେକ୍ଷା କଳା ଚା’ ଶରୀର ପାଇଁ ବେଶ ଲାଭଦାୟକ! ଜାଣନ୍ତୁ ଏହାର କାରଣ

ENO Beuro

ମିଠା ହାଲୁଆ ଯେ କେବଳ ସୁସ୍ଵାଦୁ ଲାଗେ , ତାହା ନୁହେଁ ବରଂ ରୋଗରୁ ମଧ୍ୟ ମୁକ୍ତି ଦିଏ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More