News

ରାଜଧାନୀ ଭୁବନେଶ୍ୱରର ଅବସ୍ଥିତି ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା

ରାଜଧାନୀ ଭୁବନେଶ୍ୱରର ଅବସ୍ଥିତି ଖୋର୍ଦ୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ମିଳିଛି । ବିକାଶର ୯ଟି ମାପଦଣ୍ଡ ମଧ୍ୟରୁ ପାନୀୟ ଜଳ ଏବଂ ପରିମଳ, ଭିତ୍ତିଭୂମି ବିକାଶ, ସେବା ଏବଂ ସମୃଦ୍ଧି କ୍ଷେତ୍ର ଭଳି ପାଞ୍ଚଟି ବର୍ଗରେ ଏହି ଜିଲ୍ଲା ସର୍ବାଗ୍ରେ ରହିଛି ।

ଏଠାରେ ସୂଚନାଯୋଗ୍ୟ, ଓଡ଼ିଶାରେ ସାମାଜିକ ଅର୍ଥନୈତିକ ପ୍ରଗତିର ଚିତ୍ରକୁ ନିରୀକ୍ଷଣ କରିଛି ଜାତୀୟ ସ୍ତରର ସଭ୍ରାନ୍ତ ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେ । ଏହି ପତ୍ରିକା ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନାରୀଶିକ୍ଷାର ପ୍ରସାର ଆଦି ବିକାଶର ସୂଚକାଙ୍କକୁ ନେଇ କରାଯାଇଥିବା “ଦି ଷ୍ଟେଟ୍ ଅଫ୍ ଦି ଷ୍ଟେଟ୍” ସର୍ଭେରେ ରାଜ୍ୟର ୯ଟି ଜିଲା କୃତକାର୍ଯ୍ୟ ହୋଇଛନ୍ତି ।  ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ସେୁବର୍ଣ୍ଣପୁର, ଝାରସୁଗୁଡ଼ା, କଟକ, ଅନୁଗୁଳ, ବରଗଡ଼ ଆଦି ଜିଲାଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାବେଳେ ସାମଗ୍ରିକ ବିକାଶ କ୍ଷେତ୍ରରେ ଖୋର୍ଦ୍ଧା ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ପାଇଛି । ଏହି ସୂଚୀରେ କଟକ ଦ୍ୱିତୀୟ ଜିଲ୍ଲା ଭାବେ ସ୍ଥାନ ପାଇଛି । ଛାତ୍ର ଶିକ୍ଷକ ଅନୁପାତ, ଛାତ୍ରଛାତ୍ରୀଙ୍କ ତୁଳନାରେ ଶ୍ରେଣୀଗୃହର ଅନୁପାତ, ଏବଂ ପ୍ରତି ହଜାର ଜନସଂଖ୍ୟାରେ ବିଦ୍ୟାଳୟ ସଂଖ୍ୟାର ଅନୁପାତରେ ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଖାଦ୍ୟଶସ୍ୟ ଉତ୍ପାଦନ ତଥା ଜିଡିପି(ମୋଟ ଘରୋଇ ଉତ୍ପାଦ)ରେ କୃଷି କ୍ଷେତ୍ରର ଭାଗିଦାରୀରେ ସମଗ୍ର ରାଜ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ସୁବର୍ଣ୍ଣପୁର ଜିଲ୍ଲା । ଏହା ସହିତ କୃଷି କ୍ଷେତ୍ରର ଜିଡିପିର ମୁଣ୍ଡପିଛା ଆୟରେ ଏହି ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସେହିଭଳି ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଥିବା କର୍ମଜୀବୀମାନଙ୍କ ସଂଖ୍ୟା ହିସବାକୁ ନେଲେ ଝାରସୁଗୁଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି ।

ହସ୍ପିଟାଲରେ ପ୍ରସବ କ୍ଷେତ୍ରରେ ପୁରୀ ଜିଲ୍ଲା ରାଜ୍ୟରେ ଏକ ନମ୍ବର ସ୍ଥାନ ହାସଲ କରିଛି ଓ ପରିବାର ନିୟନ୍ତ୍ରଣ ମାପଦଣ୍ଡ କ୍ଷେତ୍ରରେ ପୁରୀ ଦ୍ୱିତୀୟ ସ୍ଥାନ ହାସଲ କରିଛି । ରାଜ୍ୟର ଅନ୍ୟାନ୍ୟ ଜିଲା ତୁଳନାରେ ବରଗଡ଼ ଜିଲାରେ ଘଟୁଥିବା ବିଭିନ୍ନ ଅପରାଧ ସବୁଠାରୁ କମ୍ ବୋଲି ସର୍ଭେରୁ ଜଣାପଡ଼ିଛି। ହତ୍ୟା ଓ ଅପରାଧ ଭଳି ସମ୍ପୂର୍ଣ୍ଣ ଦଣ୍ଡନୀୟ ଅପରାଧ ହାର ଏହି ଜିଲ୍ଲାରେ ସବୁଠାରୁ କମ୍ ରହିଛି ।

ସର୍ବାଧିକ ପରିବାରକୁ ବିଜୁଳି ସଂଯୋଗ ହେବାରେ କଟକ ଜିଲ୍ଲା ରାଜ୍ୟର ଦ୍ୱିତୀୟ । ଜନଗଣନା ଅନୁସାରେ ଉତ୍ତମ ଅବସ୍ଥାରେ ରହୁଥିବା ପରିବାରଗୁଡ଼ିକର ମୋଟ୍ ପ୍ରତିଶତରେ ଏହି ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି । ଟେଲି କମୁନିକେସନ କ୍ଷେତ୍ରରେ କଟକ ଚତୁର୍ଥ ସ୍ଥାନରେ ରହିଛି ।

ମୁଣ୍ଡପିଛା ଜିଡିପିରେ ଅନୁଗୁଳ ଜିଲ୍ଲା ରାଜ୍ୟ ହାରଠାରୁ ଯଥେଷ୍ଟ ଉର୍ଦ୍ଧ୍ୱରେ ରହିଛି । ଦୈନିକ ମଜୁରୀ, ଜନସାଧାରଣଙ୍କର ଖର୍ଚ୍ଚ କରିବାର କ୍ଷମତା ଆଦି କ୍ଷେତ୍ରରେ ଜିଲ୍ଲାର ହାର ରାଜ୍ୟଠାରୁ ବେଶ୍ ଆଗୁଆ ଥିବାରୁ ରାଜ୍ୟର ଏକ ନମ୍ବର ସମୃଦ୍ଧଶାଳୀ ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି। ବିଭିନ୍ନ ସେବା କ୍ଷେତ୍ରରେ ଖୋର୍ଦ୍ଧା ପରେ କଟକ ଜିଲାରୁ ସର୍ବାଧିକ ଲୋକ ନିଯୁକ୍ତି ପାଇଛନ୍ତି । ଏହି କ୍ଷେତ୍ରରେ ରାଜ୍ୟର ହାର ୪୯ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାର ହାର ୬୮ ପ୍ରତିଶତ ରହିଛି । ଜିଡିପିରେ ମଧ୍ୟ ଏହି କ୍ଷେତ୍ରର ଅବଦାନ ଯଥେଷ୍ଟ ଅଧିକ ରହିଛି ।

ରାଜଧାନୀ ଭୁବନେଶ୍ୱରର ଅବସ୍ଥିତି ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା

ପଢନ୍ତୁ, ଗ୍ରାମାଞ୍ଚଳ ପାଇଁ ନୂଆ ପ୍ରସ୍ତାବ, ୧୦,୦୦୦ ଜମା ଥିଲେ ଗରିବ ନୁହଁ

Related posts

ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ମୃତ୍ୟୁ, ନିର୍ବାଚନକୁ ନେଇ ଆକ୍ରମଣ ସୂଚନା

ENO Beuro

ପାକିସ୍ତାନୀ ସୁପ୍ରିମକୋର୍ଟଙ୍କ ରାୟ: ଆଜୀବନ ବାସନ୍ଦ ହେଲେ ନୱାଜ ସରିଫ ,ଆଉ ରାଜନୀତି କରିପାରିବେ ନାହିଁ!

ENO Beuro

ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣା : ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡା ଗିରଫ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More