Loading...

ଖସୁଛି ପାରଦ, ବଢୁଛି ଥଣ୍ଡା

ଖସୁଛି ପାରଦ, ବଢୁଛି ଥଣ୍ଡା

ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ପଡ଼ିଲାଣି ଶୀତ । ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ରାତିର ତାପମାତ୍ରା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ।

ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ପଡ଼ିଲାଣି ଶୀତ । ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ରାତିର ତାପମାତ୍ରା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା । ସେଠାରେ ରାତିର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୧୨.୪ଡିଗ୍ରି ଏବଂ କୋରାପୁଟ ଜିଲ୍ଲା ସିମିଳିଗୁଡ଼ାଠାରେ ୧୨.୯ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରି, କୋରାପୁଟରେ ୧୪.୫ ଡିଗ୍ରି, ଛତ୍ରପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଆଦି ସହରର ତାପମାତ୍ରା ୧୫ ଡିଗ୍ରି ଲେଖାଏ ରହିଥିଲା। ରାଜ୍ୟରେ କୁହୁଡ଼ି ପଡ଼ିବା ମଧ୍ୟ ଆରମ୍ଭ ହୋଇଗଲାଣି। ଫୁଲବାଣୀ ଓ ପାରଳାଖେମୁଣ୍ଡିଠାରେ ଆଜି ସକାଳୁ ଅଧିକ କୁହୁଡ଼ି ଦେଖିବାକୁ ମିଳିଥିଲା। ଫୁଲବାଣୀଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିବା ବେଳେ ପାରଳାଖେମୁଣ୍ଡିରେ ୭୦୦ ମିଟର ରହିଥିଲା। ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.