ACTORS

ଆୟୁଷ୍ମାନ ଖୁରାନାଙ୍କ ନାଁରେ ଚୋରି ଅଭିଯୋଗ

ବଲିଉଡର ସୁପରଷ୍ଟାର ଆୟୁଷ୍ମାନ  ଖୁରାନା। ନିକଟରେ ସେ ‘ଅନ୍ଧାଧୁନ’ ଓ ‘ବଧାଇ ହୋ’  ଫିଲ୍ମ ପାଇଁ ଦର୍ଶକଙ୍କଠାରୁ ବେସ ଭଲପାଇବା ପାଇଛନ୍ତି। ଆୟୁଷ୍ମାନ କେବଳ ଜଣେ ଅଭିନେତା ନୁହନ୍ତି ଏକାଧାରରେ ସେ ଗାୟକ,ସଂଗୀତ ନିର୍ଦେଶକ ମଧ୍ୟ। ତେବେ ତାଙ୍କ ନାଁରେ ପୁଣି ଚୋରୀ  ଅଭିଯୋଗ ଆସିଛି। ବିଶ୍ବାସ ନହଲେ ବି କଥାଟି ସତ। ତେବେ ସେ କୌଣସି ବସ୍ତୁ ବା ଟଙ୍କା ଚୋରୀ କରିନାହାନ୍ତି ସେ ଅନ୍ୟ ଏକ ଲେଖକଙ୍କର ସ୍କ୍ରିପ୍ଟ   ଚୋରୀ କରିଥିବାର ଅଭିଯୋଗ ଆସିଛି। ଏବେ ଆୟୁଷ୍ମାନ ତାଙ୍କର ନୂଆ ଫିଲ୍ମ “ବାଲା”  କୁ ନେଇ ବ୍ୟସ୍ତ ଅଛନ୍ତି। ତେବେ ଏହି ଫିଲ୍ମର ଷ୍ଟୋରି ସେ ଚୋରୀ କରିଛନ୍ତି ବୋଲି କହୁଛନ୍ତି। ଫିଲ୍ମ ‘ଶାଦୀ ମେ ଜରୁର୍‌ ଆନା’ର ଆସିଷ୍ଟାଣ୍ଟ ଡାଇରେକ୍ଟର କମଳକାନ୍ତ ଚନ୍ଦ୍ରା   ବମ୍ବେ ହାଇକୋର୍ଟରେ ଆୟୁଷ୍ମାନ ଖୁରାନା, ନିର୍ଦ୍ଦେଶକ ଅମର କୌସିକ୍ ଓ ଫିଲ୍ମ ପ୍ରଡ୍ୟୁସର ଦିନେଶ ଭିଜାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଇଛନ୍ତି। କମଳକାନ୍ତଙ୍କ ଅଭିଯୋଗ ଯେ, ତାଙ୍କ ଫିଲ୍ମର ଆଇଡିଆ ଚୋରି କରାଯାଇଛି।

କମଳକାନ୍ତ କହିଛନ୍ତି ଯେ ସେ ‘ବରେଲି କି ବର୍ଫି’ ସେଟ୍‌ରେ ସେ ଆୟୁଷ୍ମାନ୍‌ଙ୍କୁ ଭେଟିଥିଲେ। ଏହାପରେ ସେ ହ୍ୱାଟସ୍‌ଆପ୍‌ରେ ଫିଲ୍ମର ଆଇଡିଆ ଆୟୁଷ୍ମାନଙ୍କ ସହ ଶେଆର କରିଥିଲେ। କମଳକାନ୍ତଙ୍କ କହିବା ଅନୁଯାୟୀ ଫିଲ୍ମର ଆଇଡିଆ ଜାଣିବା ପରେ ଆୟୁଷ୍ମାନ୍‌ ତାଙ୍କ ସହ ଆଉ କୌଣସି ପ୍ରକାରର ସମ୍ପର୍କ ରଖିନଥିଲେ ବୋଲି

ପଢନ୍ତୁ: ଆସନ୍ତା କାଲି ପରଦାକୁ ଆସୁଛି ବିବାଦୀୟ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’

Related posts

Partha Sarathi Ray Dreamt Of Entering Into Odia Film Industry

ENO Beuro

Parthasarathi Das’s Journey from a Theater Artist to Lyricist

ENO Beuro

Amar Mohapatra, Comedy Master of Ollywood Industry

Jitendra

Leave a Comment