LIFESTYLE

ବିିବାହ ଦିନରେ ତ୍ୱଚାକୁ ସୁନ୍ଦର ଓ କୋମଳ କରିବାକୁ ଚାହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

By Krishna Kumar Manoj

February 04, 2018

ସୁନ୍ଦର ଓ କୋମଳ ତ୍ଵଚା ପାଇଁ କିଛି ଟିପ୍ସ

ବିବାହ ଦିନ ସୁନ୍ଦର ଦେଖାଯିବାପାଇଁ ଝିଅମାନେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଅନେକ ବ୍ଲିଚ ଓ ଥେରାପିଜକୁ ମଧ୍ୟ ଆପଣେଇଥାନ୍ତି । ଏହି ଥେରାପିଜକୁ କରିବାକୁ କମ  ସମୟ ଲାଗିଥାଏ ଏବଂ ପ୍ରଭାବ ଶୀଘ୍ର ପଡ଼ିଥାଏ । ରଫ୍ ତ୍ୱଚାକୁ କୋମଳ ରଖିବାପାଇଁ ଏହି ଚିକିତ୍ସା ସବୁଠାରୁ ଭଲ ।

ଏଥିରେ ଚକୋଲେଟ ବ୍ୟବହାର କରାଯାଏ, ଯେଉଁଥିରେ ତ୍ୱଚା ପାଇଁ ଖାସ୍ ପୋଷଣ ରହିଥାଏ ।ଏହାକୁ ୩ଟିରୁ ୪ଟି ସ୍ତର ମଧ୍ୟରେ କରାଯାଇଥାଏ ।  ଏହାର ଗୋଟିଏ ସିଟିଂ ପ୍ରାୟ ୪୦ ମିନିଟ । ଏହାର ପୂରା ପ୍ୟାକେଡ ଚକୋଲେଟ ଉପରେ ଆଧାରିତ ହୋଇଥାଏ ।

ବିବାହ ଦିନ ତ୍ୱଚାରୁ ବ୍ରଣ ଏବଂ ଦାଗ ଦୂରକରିବା ପାଇଁ ଆପଣ ଡର୍ମା ପିଲିଙ୍ଗ କରିପାରିବେ । ଏହାଦ୍ୱାରା ତ୍ୱଚା କୋମଳ ଏବଂ ପରିଷ୍କାର ହୋଇଥାଏ । ଏହି ପଦ୍ଧତିରେ ତ୍ୱଚାରେ କେମିକଲ ଆପ୍ଲିକେସନର ବ୍ୟବହାର କରାଯାଇଥାଏ । ଏହା ଖରାପ ହୋଇଥିବା ତ୍ୱଚାର ଉପର ସ୍ତରକୁ ବାହାରକରି ତ୍ୱଚାରେ ପରିବର୍ତ୍ତନ ଆଣିଥାଏ । ଏହା ପିଗମେଂଟ ଏବଂ ବ୍ରଣ ଆଦିକୁ ଭଲ କରିଥାଏ ।

ଚେହେରାକୁ ତୁରନ୍ତ ଆକର୍ଷଣୀୟ ଲୁକ୍ ଦେବାପାଇଁ ଆପଣ ବୋଟାକ୍ସ ଅପ୍ସନକୁ ମଧ୍ୟ ଯାଇପାରିବେ । ଏହା ଚେହେରାରୁ ଦାଗ ଦୂରକରି ତ୍ୱଚାକୁ ଟାଇଟ କରିଥାଏ ।

ଏବେ ଭିଟାମିନ ସିରମ ଏବଂ କ୍ୟାପସୁଲ ମଧ୍ୟ ମିଳୁଛି, ଯାହାକୁ ତ୍ୱଚାରେ ବ୍ୟବହାର କରାଯାଇଥାଏ । ଏହା ଫଟା ତ୍ୱଚାକୁ ଭଲ କରିବା ସହିତ ବ୍ରଣକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏସବୁ କରିବା ପୂର୍ବରୁ ପ୍ରଥମେ ତ୍ୱଚାକୁ ପରୀକ୍ଷା କରାଯାଏ ଏବଂ ପ୍ରଡକ୍ଟ ଏବଂ ଡାଇଟ ମାଧ୍ୟମରେ ସପ୍ଲାଏ କରାଯାଇଥାଏ । ଭିଟାମିନ-ଏ, କ୍ୟାଲସିୟମ, ଜିଂକ, ଫାଇବର୍ସ ଏବଂ ଆଇରନକୁ ମଧ୍ୟ ପଠାଯାଇଥାଏ ।

ପଢନ୍ତୁ ;

ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ ସରକାର ଅରାଜି