Loading...

ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ୯ ଓ ୧୩ରେ ଗାଡ଼ି ଚଳାଚଳ ଉପରେ କଟକଣା

ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ୯ ଓ ୧୩ରେ ଗାଡ଼ି ଚଳାଚଳ ଉପରେ କଟକଣା

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ କମିସନରେଟ୍‌ ପୁଲିସ ଆସନ୍ତା ୯ ଓ ୧୩ ତାରିଖ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ୍‌ ପର୍ଯ୍ୟନ୍ତ କଟକଣା ଲାଗୁ କରିଛି।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ କମିସନରେଟ୍‌ ପୁଲିସ ଆସନ୍ତା ୯ ଓ ୧୩ ତାରିଖ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ୍‌ ପର୍ଯ୍ୟନ୍ତ କଟକଣା ଲାଗୁ କରିଛି। ଏହି ୨ ଦିନ ସବୁ ଗାଡ଼ି ମାଉସୀ ମା’ ଛକଠାରୁ ମ୍ୟୁଜିୟମ୍ ଛକ ଆଡ଼କୁ ନଚେତ୍ ବିବେକାନନ୍ଦ ରାସ୍ତାରେ ଯାତାୟାତ କରିବ। ରଥରୋଡ୍‌ରେ ଥିବା ବାରିକ ସାହି, ମହାରଣା ସାହି, ଗୋସାଗରେଶ୍ବର ଛକ, ଶୀତଳଷଷ୍ଠୀ ଛକ, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଗଳି, ମୁନା ମେଡିକାଲ ଗଳି, ପୁନାମା ଗେଟ୍ ଗଳି ସମେତ ରଥ ରୋଡ୍‌କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହାସହ ରଥଖଳାଠାରୁ ରଥ ରୋଡ୍‌ରେ ମଧ୍ୟ କୌଣସି ଗାଡ଼ି ଯିବ ନାହିଁ। ଏହି ରାସ୍ତା ପରିବର୍ତ୍ତେ ମହାଦେବ ମନ୍ଦିର ପଟୁ ବିଏମ୍‌ସି ମାର୍କେଟ୍ କମ୍ପ୍ଲେକ୍ସ ନଚେତ୍ ବିନ୍ଦୁସାଗର ରାସ୍ତା ଦେଇ ଯାନବାହନ ଚଳାଚଳ କରିବ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.