Loading...

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟର ଆକାଉଣ୍ଟରୁ ଉଡିଗଲା ବ୍ଲୁ ଟିକ୍

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟର ଆକାଉଣ୍ଟରୁ ଉଡିଗଲା ବ୍ଲୁ ଟିକ୍

ଗତକାଲି ମଧ୍ୟ ରାତ୍ରିରେ ଟ୍ବିଟର ପକ୍ଷରୁ ବିଶ୍ବବ୍ୟାପୀ ହଜାର ହଜାର ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ପ୍ରତ୍ୟାହାର କରାଯାଇଛି।

ଗତକାଲି ମଧ୍ୟ ରାତ୍ରିରେ ଟ୍ବିଟର ପକ୍ଷରୁ ବିଶ୍ବବ୍ୟାପୀ ହଜାର ହଜାର ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ପ୍ରତ୍ୟାହାର କରାଯାଇଛି। ଆଉ ଏଥିରୁ ବାଦ ପଡିନାହାନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳୁ ନବୀନ ପଟ୍ଟନାୟକଙ୍କ ଆକାଉଣ୍ଟରୁ ଉଡିଯାଇଛି ବ୍ଲୁ ଟିକ୍। 

 

ସୂଚନାନୁସାରେ,ବିଶିଷ୍ଟ ବ୍ୟକ୍ତି ଓ ଟ୍ବିଟର ବ୍ୟବହାରକାରୀମାନଙ୍କୁ କଂପାନି ନିଜ ଆଡ଼ୁ ବ୍ଲୁ ଟିକ୍ ପ୍ରଦାନ କରିଥିଲା। ସେହି ସେବା ନିଃଶୁଳ୍କ ଥିଲା। ଯେଉଁ ଆକାଉଣ୍ଟ୍‌କୁ ବ୍ଲୁ ଟିକ୍ ମିଳୁଥିବା ତାହା ଭେରିଫାଏଡ୍‌ ଆକାଉଣ୍ଟ୍‌ ବୋଲି ଜଣାପଡ଼ୁଥିଲା। ଟ୍ବିଟରକୁ ୪,୪୦୦ କୋଟି ଡଲାରରେ କିଣିବା ପରେ ବ୍ଲୁ ଟିକ୍ ଲାଗି ପେମେଣ୍ଟ୍‌ କରିବାକୁ ପଡ଼ିବ ବୋଲି ନୂଆ ମାଲିକ ଏଲନ୍‌ ମସ୍କ ପୂର୍ବରୁ ଘୋଷଣା କରିଥିଲେ। ତାଙ୍କର ଏଭଳି ଘୋଷଣା ସତ୍ତ୍ବେ ବହୁ ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି ବ୍ଲୁ ଟିକ୍ ପାଇଁ ପେମେଣ୍ଟ୍‌ କରିନଥିଲେ। ଯେଉଁମାନେ ପେମେଣ୍ଟ୍‌ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ୍‌ରୁ ବ୍ଲୁକ୍ ଟିକ୍ ଉଭାନ ହୋଇଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.