News

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ: ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ୧୪ଟି ସହର

By Krishna Kumar Manoj

May 03, 2018

ବିଶ୍ଵର ସବୁଠୁ ପ୍ରଦୂଷିତ ୨୦ ସହର ମଧ୍ୟରୁ ୧୪ଟି ସହର ଭାରତର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ମଧ୍ୟ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ଏବଂ ଦେଶର ରାଜଧାନୀ ଦିଲ୍ଲୀ ଷଷ୍ଠ ସ୍ଥାନରେ ରହିଛି। ତାଲିକାର ସବୁଠୁ ଉପରେ କାନପୁର ଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛି ଫରିଦାବାଦ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ପକ୍ଷରୁ ୨୦୧୬ ପାଇଁ ଜାରି ହୋଇଥିବା ଦୁନିଆର ସବୁଠୁ ପ୍ରଦୂଷିତ ସହରର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ବିଶ୍ୱର ପ୍ରତି ୧୦ ଜଣ ଲୋକଙ୍କ ମଧ୍ୟରୁ ୯ ଜଣ ଲୋକ ଦୂଷିତ ବାୟୁ ହିଁ ଶ୍ୱାସକ୍ରିୟାରେ ବ୍ୟବହାର କରୁଛନ୍ତି। ଏହି ବାୟୁ ପ୍ରଦୂଷଣ କାରଣରୁ ବାର୍ଷିକ ୭୦ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି। ୨୦୧୬ର ରିପୋର୍ଟ ମୁତାବକ, ଏହା ମଧ୍ୟରୁ ୪୨ ଲକ୍ଷ ଲୋକଙ୍କର ମୃତ୍ୟୁ ବାହାର ବାୟୁ ପ୍ରଦୂଷଣ ପାଇଁ ହୋଇଥିବା ବେଳେ ବଳକା ୩୮ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେଉଛି ଘରୋଇ ବାୟୁ ପ୍ରଦୂଷଣ। ରନ୍ଧନ ପାଇଁ ଜାଳେଣୀ, ଫ୍ରିଜ୍‌, ଏୟାର କଣ୍ଡିସନର୍‌ ଭଳି ସାମଗ୍ରୀର ବହୁଳ ବ୍ୟବହାର ଏହି ଘରୋଇ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ।

ଭାରତର କାନପୁର ଅଧିକ ପ୍ରଦୂଷିତ ସହର ହୋଇଥିବାବେଳେ ଏହା ପଛକୁ ଫରିଦାବାଦ, ବାରାଣସୀ, ଗୟା, ପାଟନା, ଦିଲ୍ଲୀ, ଲକ୍ଷ୍ନୌ, ଆଗ୍ରା, ମୁଜାଫରପୁର, ଶ୍ରୀନଗର, ଗୁଡ଼ଗାଓଁ, ଜୟପୁର, ପଟିୟାଲା, ଯୋଧପୁର ଆଦି ସହର ରହିଛି। ୨୦୧୫ରେ ବାୟୁ ପ୍ରଦୂଷଣରେ ଦିଲ୍ଲୀ ୪ର୍ଥ ସ୍ଥାନରେ ଥିବାବେଳେ ନୂଆ ତାଲିକାରେ ୬ଷ୍ଠ ସ୍ଥାନରେ ଅଛି।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ ?