VASTU

ଆସନ୍ତୁ ଜାଣିବା ବିପଦ ଆସିବା ଆଗରୁ କି ପ୍ରକାରର ମିଳିଥାଏ ଅଶୁଭ ସଙ୍କେତ

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଶୁଭ ଓ ଅଶୁଭ ଦୁଇଟି ଯାକ ଘଟଣା ଘଟିଥାଏ। ହେଲେ ଆପଣ ଜାଣନ୍ତି କି, ଆମ ଜୀବନରେ ଘଟିବାକୁ ଥିବା କିଛି ଅଶୁଭ ଘଟଣା ପୂର୍ବରୁ କିଛି ସଙ୍କେତ ମିଳିଥାଏ। ତେବେ ଏହି ସଙ୍କେତକୁ ଜାଣିପାରି ଯଦି ଆମେ ଟିକେ ସତର୍କତା ଅବଲମ୍ବନ କରିବା ତେବେ ବହୁ ଆକସ୍ମିକ ଦୁର୍ଘଟଣାରୁ ବର୍ତ୍ତୀ ଯାଇପାରିବା।  ଆସନ୍ତୁ ଆଜି ଆମେ ଜାଣିବା ସେହିପରି  କେତେକ ଅଶୁଭ ଶଙ୍କେତ ବିଷୟରେ ।

  • ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କ୍ଷୀର ଗରମ କରିବା ସମୟରେ ଯଦି ଏହା ଉତୁରୀ ବାହାରକୁ ଚାଲିଆସେ ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଶୁଭ ଖବର ମିଳିବ। ହେଲେ ଯଦି କ୍ଷୀର ଉତୁରୀ ପୁରା ତଳକୁ ନିଗିଡି ନିଆଁରେ ପୋଡ଼ିଯାଏ ତେବେ ଏହା ଅଶୁଭ ସଙ୍କେତ ବୋଲି ଜାଣିନେବା ଉଚିତ।

  • ଯଦି କେବେ ଆପଣଙ୍କ ଘରର ଛାତ କିମ୍ବା ଅଗଣାରେ କୌଣସି ଜୀବର ହାଡ଼ ପଡ଼ିଥିବା ଦେଖିବାକୁ ମିଳେ, ତେବେ  ବୁଝିଯାଆନ୍ତୁ ଯେ, ଆପଣଙ୍କୁ କିଛି ଗୋଟେ ଖରାପ ଖବର ଶୁଣିବାକୁ ଯାଉଛନ୍ତି।

  •  ଘରେ କୌଣସି ଶୁଭ କାମରେ ବାରମ୍ବାର ବିଘ୍ନ ଆସେ, ତେବେ ବୁଝିଯାଆନ୍ତୁ ଯେ ଆସନ୍ତା ବର୍ଷରେ ଆପଣଙ୍କ ଉପରେ ବିପଦର କଳା ବାଦଲ ଛାଇଯିବ। ଏହାର ପ୍ରତିକାର ପାଇଁ କୌଣସି ବାସ୍ତୁବିତ୍‌ଙ୍କୁ ଯୋଗାଯୋଗ କରିବା ସହ ନିରାକରଣ କରିବାର ପ୍ରଣାଳୀ ମଧ୍ୟ ଜାଣିନିଅନ୍ତୁ।
  • କୌଣସି କାରଣରୁ ଘଣ୍ଟା ବନ୍ଦ ହେବାକୁ ଲାଗେ, ଘଣ୍ଟାର କାଚ ଭାଙ୍ଗିବାକୁ ଲାଗେ, ଝରକାର କାଚରେ ଫଟା ଦାଗ ସୃଷ୍ଟି ହୁଏ ତେବେ ଜାଣିବେ ଯେ ଆପଣଙ୍କ ପରିବାର ପ୍ରତି କୌଣସି ଗମ୍ଭୀର ସଙ୍କଟ ମାଡ଼ି ଆସୁଛି।

  • ରୋଷେଇ ଘରେ ଥିବା କାଚ ବାସନ ଲଗାତାର ଭାଙ୍ଗିବାକୁ ଲାଗେ ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କ ଉପରେ କୌଣସି ଏକ ବଡ଼ ଆର୍ଥିକ ସମସ୍ୟା ଆସିବାକୁ  ଯାଉଛି।

ପଢନ୍ତୁ: ଯଦି ଆପଣଙ୍କ ଘରେ ମନକୁ ଅଶ୍ୱସ୍ଥ ଗଛ ଉଠିଛି ତାହେଲେ କରନ୍ତୁ ନାହିଁ ଏହି କାମ

Related posts

ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ?

ENO Beuro

1 comment

Leave a Comment