Recipes & Food

ଖାଇବା ବେଳେ ସାବଧାନ ହୁଅନ୍ତୁ :ଆପଣ ଭେଜ୍ ଭାବି ଖାଉଥିବା ଖାଦ୍ୟ ନନଭେଜ୍ ହୋଇପାରେ

ଅନେକ ସମୟରେ ଆପଣ ବାହାରେ କିଛି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ତାହା ହୋଟେଲ୍ ହେଉ ବା କୌଣସି ଭୋଜି । ହେଲେ ବେଳେବେଳେ ଏମିତି ହୁଏ କି ଆପଣ ଯାହାକୁ ଶାକାହାରୀ ଖାଦ୍ୟ ଭାବି ଖାଇଥାନ୍ତି । ତାହା ବାସ୍ତବରେ ନନଭେଜ ହୋଇଥାଏ ।

ଖାଇବା ବେଳେ ଏହି ସବୁ ଖାଦ୍ୟ ଉପରେ ନଜର ଦିଅନ୍ତୁ

ଯଦି ଆପଣ ମଧ୍ୟ ଜେଲି ଓ ଜାମ୍ ଖାଇବାର ଇଚ୍ଛା ରଖିଛନ୍ତି ଏବଂ ନିଜକୁ ଶାକାହାରୀ ବୋଲି ମାନନ୍ତି ତ , ଜାଣିନିଅନ୍ତୁ ଯେ, ଜାମ୍ ରେ ଜିଲେଟିନ୍ ଥାଏ ଏବଂ ଜିଲେଟିନ୍ ପଶୁଙ୍କ ଠାରୁ ମିଳୁଥିବା ପ୍ରଡକ୍ଟ ।

ସୁପ୍ ବହୁତ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଯଦି ଆପଣ ଘରେ ସୁପ୍ ବନାଉଛନ୍ତି ତ ଠିକ୍ , କିନ୍ତୁ ଯଦି ଆପଣ ବାହାରେ କୌଣସି ହୋଟେଲ ବା ରେଷ୍ଟୁରାଣ୍ଟରେ  ସୁପ୍ ଅର୍ଡର କରୁଛନ୍ତି ତ ଏହି କଥା ଜାଣିବା ଜରୁରି । ରେଷ୍ଟୁରାଣ୍ଟରେ ସୁପ୍ କୁ ବନେଇବା ପାଇଁ ଯେଉଁ ସସେସ୍ ର ବ୍ୟବହାର କରାଯାଏ , ତାହା ମାଛରୁ ମିଳୁଥିବା ଉତ୍ପାଦରୁ ତିଆରି ହୋଇଥାଏ ।

ହ୍ୱାଇଟ୍ ସୁଗାରକୁ ସଫା କରିବାକୁ ଯେଉଁ ପ୍ରକ୍ରିୟା ଆପଣାଯାଇଥାଏ ,ଏଥିରେ ନାଚୁରାଲ୍ କାର୍ବନର ବ୍ୟବହାର କରାଯାଇଥାଏ । ଆପଣ ଜାଣନ୍ତି କି ଏହା କେଉଁଥିରୁ ମିଳିଥାଏ ? ଏହା ବୋନ୍ ଚାର୍ ହୋଇଥାଏ । ଯାହା ପଶୁଙ୍କର ହାଡରୁ ତିଆରି ହୋଇଥାଏ । ଯଦି ଆପଣ ଶାକାହାରୀ ତ ଭୁଲରେ ମଧ୍ୟ ରିଫାଇଣ୍ଡ ସୁଗାର କିଣନ୍ତୁ ନାହିଁ ।

ତେଲ ଯେଉଁଥିରେ ଓମେଗା -୩ ଫ୍ୟାଟି ଏସିଡ୍ ମିଳିଥାଏ । ତାହା ପ୍ରକୃତରେ ଶାକାହାରୀ ନୁହେଁ । କିଛି ତେଲ ଯେଉଁଥିରେ ଭିଟାମିନ୍ ଡି ହେବାର ଦାବି କରାଯାଏ । ଏଥିରେ ଲେନୋଲିନ୍ ମିଳିଥାଏ , ଯାହା ମେଣ୍ଢାରୁ ତିଆରି ହୋଇଥାଏ ।

ପଢନ୍ତୁ;

ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ ସରକାର ଅରାଜି

Related posts

ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଅଣ୍ଡା ପକୋଡା

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ଦହି ଆମ୍ବୁଲ ଖଟା”

Ratnamani Moharana

ଘରେ କିପରି ପ୍ରସ୍ତୁତ କରିବେ ରସାବଳୀ ଜାଣନ୍ତୁ ?

ENO Beuro

Leave a Comment