LIFESTYLE

ଏହି ସବୁ ଖାଦ୍ୟ ଆପଣଙ୍କ ଓଜନକୁ ବୃଦ୍ଧି କରେ ଓ ବୟସ୍କ ଦିଶିବାର କାରଣ ବନିଥାଏ

ଓଜନ ବୃଦ୍ଧି ନ ପାଇବା ପାଇଁ ଲୋକମାନେ ବହୁତ କିଛି କରନ୍ତି । ବୟସ୍କ ନ ଦିଶିବା ପାଇଁ ଲୋକେ  ବହୁତ ଉପାୟ ମଧ୍ୟ ଅବଲମ୍ବନ କରନ୍ତି । କିଏ ମୁହଁରେ ବିଭିନ୍ନ ପ୍ରକାରର ଲେପ ଦେଲେଣି ତ କିଏ ପିୁଣି ଫଳ, ପରିବା ଖାଇବାର ପରିମାଣ ବଢ଼ାଇଲେଣି । ପ୍ରାକୃତିକ ଉପାୟରେ ଶରୀରର ଯତ୍ନ ନେବାଠାବୁ ବଳି ଭଲ କଥା ଆଉ କିଛି ନାହିଁ । ତେବେ ଆସନ୍ତୁ ଜାଣିବା କ’ଣ ସବୁ ଖାଇଲେ ବ୍ୟକ୍ତିି ବୟସ୍କ ଦେଖାଯାଆନ୍ତି ଓ ଓଜନ ବୃଦ୍ଧିର କାରଣ ବନିଥାଏ ।

କେଉଁ ସବୁ ଖାଦ୍ୟ ଖାଇବେ ନାହିଁ ଜାଣନ୍ତୁ  :-

  • ଅତ୍ୟଧିକ ମାଂସ, ମାଛ କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇଲେ  ଶରୀରରେ ଓଜନ ଶୀଘ୍ର ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ ଏନର୍ଜି ଡ୍ରିଙ୍କ୍‌, ରେଡ୍‌ ମିଟ୍‌ ଆଦି ଖାଇବା ବି ବାର୍ଦ୍ଧକ୍ୟର କାରଣ ହୋଇଥାଏ । ଏହା ଦ୍ଵାରା ଆପଣ ବିଭିନ୍ନ ରୋଗର ଶିକାର ହୋଇ ଥାଆନ୍ତି ।
  • ଲୁଣିଯୁକ୍ତ ଖାଦ୍ୟ ଖାଇଲେ ବି ଚେହେରାରୁ ଯୁବାପଣ ହ୍ରାସ ହୋଇଥାଏ । ଲୁଣ ସଦା ପାଣିକୁ ଶୋଇ ନେଇଥାଏ। ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀରରୁ ପାଣି ଅଂଶ ସୁଖିଯିବା ହେତୁ ଚେହେରାରେ ବାର୍ଦ୍ଧକ୍ୟ ନଜର ଆସିଥାଏ ।
  • ଆପଣ ଅତ୍ୟଧିକ ମିଠା ଖାଉଛନ୍ତି କି ? ତେବେ ନିଜ ଶରୀର ସହ୍ୟ କରିପାରୁଥିବା ଠାରୁ ଯଦି ଆପଣ ଅଧିକ ମିଠା ଖାଉଛନ୍ତି ତେବେ ତାହା ପ୍ରୋଟିନ୍‌ ସହ ମିଶି ‘ଆଡ୍‌ଭାନ୍ସ ଗ୍ଲାଇକେସନ୍‌ ଏଣ୍ଡ୍‌ ପ୍ରଡକ୍ଟ’ ସୃଷ୍ଟି ହୁଏ । ଏହା ଦ୍ଵାରା ଆପଣ ମୋଟା ହେଇ ଯିବେ ଓ ଆପଣଙ୍କ ଚେହେରା ଖରାପ ଦିଶି ଥାଏ ।
  • ମଦ୍ୟପାନ କଲେ ତାହା ସିଧା ଆପଣଙ୍କ ଯକୃତ ଉପରେ ପଡେ । ଯକୃତ ଉପରେ ପଡିଲେ ଏହାର ପ୍ରଭାବରେ ତ୍ୱଚାରେ  ଲୋଚାକୋଚା ହେବା, ବ୍ରଣ୍‌ ହେବା, ଗାର ପଡ଼ିଯିବା ଆଦି ସମସ୍ୟା ବ୍ୟକ୍ତିର ଯୁବାପଣକୁ କ୍ଷୁର୍ଣ୍ଣ କରିଥାଏ ।


ପଢନ୍ତୁ ;

ପାକିସ୍ତାନରେ ବ୍ୟାନ ହେଲା ‘ପରୀ’ , ଅନୁଷ୍କାଙ୍କ ଅଭିନୟକୁ ବିରାଟଙ୍କ ପ୍ରଶଂସା

Related posts

ଲିଫ୍ଟ ବ୍ୟବହାର କରିବା ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ

ENO Beuro

ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?

ENO Beuro

ଆପଣଙ୍କୁ ଛୋଟ ଛୋଟ କଥାକୁ ନେଇ ରାଗ ଆସୁଛି କି ? ଆସନ୍ତୁ ଜାଣିବା ରାଗ/କ୍ରୋଧ ଉପରେ କିପରି ନିୟନ୍ତ୍ରଣ କରାଯାଏ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More