LIFESTYLE

ଆପଣ ଜାଣିଛନ୍ତି କି? ସକାଳେ ଜଳଖିଆ ନ ଖାଇବା ଦ୍ଵାରା ବଢିଥାଏ ଓଜନ! ଜାଣନ୍ତୁ ଏହାର କାରଣ

By ENO Beuro

March 10, 2018

ଆଜିକାଲିର ଯୁବପିଢି ନିଜ ଓଜନ ବଢିବାକୁ ନେଇ ବହୁ ଚିନ୍ତିତ ରହୁଛନ୍ତି। ଓଜନ କମାଇବା ପାଇଁ ବିଭିନ୍ୟ ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି , କେତେକ ବଦଭ୍ୟାସ ଯୋଗୁ ମଧ୍ୟ ଓଜନ ବଢିଥାଏ।

ତେବେ ଜାଣିରଖନ୍ତୁ ସକାଳେ କେଉଁସବୁ ବଦଭ୍ୟାସ ଥିଲେ ଓଜନ ବଢିଥାଏ-

  1. ସକାଳେ ଜଳଖିଆ ନ ଖାଇବା: ଯେଉଁମାନେ ସକାଳେ ଜଳଖିଆ ଖାଆନ୍ତି ନାହିଁ, ସେମାନଙ୍କର ଫ୍ୟାଟ୍‌ ବର୍ଣ୍ଣିଂ ପ୍ରୋସେସ୍‌ (ଚର୍ବି କ୍ଷୟ ପ୍ରକ୍ରିୟା) ହ୍ରାସପାଏ। ଜଳଖିଆରେ ପ୍ରୋଟିନ୍‌ ଓ କାର୍ବୋହାଇଡ୍ରେଟ୍‌ ନିଶ୍ଚୟ ମିଶ୍ରଣ କରନ୍ତୁ।
  2. ବ୍ୟାୟାମ ନ କରିବା ଦ୍ଵାରା: ପ୍ରତିଦିନ ୨୦ ମିନିଟ୍‌ ମର୍ଣ୍ଣିଂ ଓ୍ଵାକ୍‌ କିମ୍ବା ବ୍ୟାୟାମ୍‌ ନ କରିଲେ ଚର୍ବି କ୍ଷୟ ପ୍ରକ୍ରିୟା ଧୀର ହୋଇଯାଏ। ଏମିତିରେ ବି ଓଜନ ବଢ଼ିପାରେ।
  3. ଅଧିକ କ୍ୟାଲୋରିର ସ୍ନାକ୍ସ୍‍ ଖାଇବା: ସକାଳେ ଉଠିଲା ପରେ ପେଟ ସମ୍ପୂର୍ଣ୍ଣ ମାତ୍ରାରେ ଖାଲି ଥାଏ। ଯଦି ଅଧିକ କ୍ୟାଲୋରିର ସ୍ନାକ୍ସ୍‍; ଚିପ୍ସ, ସାଣ୍ଡ୍‌ଉଇଜ୍‌ ଓ ବର୍ଗର ଭଳି ଜିନିଷ ଖାଇଲେ ତାହା ଚର୍ବିରେ ରୂପାନ୍ତରିତ ହୋଇଯାଏ ଓ ଏହା ଯୋଗୁଁ ଓଜନ ବଢ଼ିପାରେ।
  4. ପାଣି ନ ପିଇବା: ସକାଳେ ଖାଲି ପେଟରେ ୧ ରୁ ୨ ଗ୍ଲାସ ପାଣି ନ ପିଇଲେ ଦେହରୁ ବିଷାକ୍ତ ପଦାର୍ଥ ବାହାରକୁ ଆସିପାରି ନ ଥାଏ। ଏହା ଯୋଗୁଁ ମଧ୍ୟ ଫ୍ୟାଟ୍‌ ବର୍ଣ୍ଣିଂ ପ୍ରୋସେସ୍‌ (ଚର୍ବି କ୍ଷୟ ପ୍ରକ୍ରିୟା) ଧୀର ହୋଇଯାଏ।
  5. ସକାଳେ ଅଧିକ ସମୟ ଯାଏ ଶୋଇବା: ସକାଳେ ଡେରି ଯାଏଁ (୮ ଘଣ୍ଟାରୁ ଅଧିକ) ଶୋଇଲେ ଶରୀରରେ କାର୍ଟିସୋଲ୍‌ ହର୍‌ମୋନ୍‌ ତିଆରି ହୁଏ ଓ ଏହା ଚର୍ବି ବଢ଼ାଏ।
  6. ସକାଳ ଖରା ଦେହରେ ନ ପଡ଼ିବା: ସକାଳ ସୂର୍ଯ୍ୟ କିରଣରେ ଥିବା ଅତିବାଇଗଣୀ ରଶ୍ମି ଚର୍ବି କ୍ଷୟ ପ୍ରକ୍ରିୟାକୁ ବଢ଼ାଇଥାଏ। ପ୍ରତିଦିନ ସକାଳେ ୨୦ ରୁ ୩୦ ମିନିଟ୍‌ ଶରୀରରେ ଖରା ନ ପଡ଼ିଲେ ଓଜନ ବଢ଼ିପାରେ।

 

ପଢନ୍ତୁ;

ଆପଣ ଜାଣନ୍ତି କି ଖରାପ ହୋଇ ଯାଇଥିବା କଦଳୀ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ