POLITICALS

ସମ୍ଭାବ୍ୟ ମନ୍ତ୍ରୀପଦ ପାଇଁ ମୋଦିଙ୍କ ପକ୍ଷରୁ ବିଭିନ୍ନ ନେତାଙ୍କୁ ଆସୁଛି ଫୋନକଲ

Nana

ପୁଣି ୫ ବର୍ଷ ଯାଏଁ ଚାଲିବ ନମୋ ସରକାର । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟା ୭ଟା ସମୟରେ ରାଷ୍ଟ୍ରପତି ଭବନ ପରିସରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନମୋ । ତେବେ ମୋଦୀଙ୍କ ଟିମ୍‌ରେ କାହାକୁ ସ୍ଥାନ ମିଳିବ ତାହାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି। ଏହା ମଧ୍ୟରେ ଗୁରୁବାର ଅନେକ ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓରୁ ଫୋନ କଲ୍‌ ଯାଇଥିବା ସୂଚନା ମିଳିଛି।

ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ  ନେଇ ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାପରେ ପିଏମ୍ଓ ପକ୍ଷରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଫୋନ୍ କଲ୍ ଯାଉଥିବା ଜାତୀୟ ଗଣମାଧ୍ୟରୁ ସୂଚନା ମିଳିଛି। ପ୍ରକାଶ ଜାଭଡ଼େକର, ପୀୟୂଷ ଗୋୟଲ, ନିର୍ମଳା ସୀତାରମଣ, ମୁକ୍ତାର ଆବାସ ନକଭୀ, ଜିତେନ୍ଦ୍ର ସିଂ, ସ୍ମୃତି ଇରାନୀ ଓ ବାବୁଲ ସୁପ୍ରିୟ ଏବଂ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଫୋନ୍‌ କଲ ମିଳିଥିବା ସୂଚନା ମିଳିଛି।

ପଢନ୍ତୁ; କାମଚଳା ବାଚସ୍ପତି ହେଲେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାର

Related posts

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

ENO Beuro

କଂଗ୍ରେସରେ ଯୋଗ ଦେଲେ ନିଳଗିରି ରାଣୀ ଓ ମିଲି ପଣ୍ଡା

ENO Beuro

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ENO Beuro

Leave a Comment