ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଏହାସହ ବଢ଼ୁଛି ଗୁଳୁଗୁଳି । ବେଳେବେଳେ ଆମେ ଏଥିରି ଅସ୍ତବ୍ୟସ୍ତ ହେଇପଡ଼ୁ । ଜାଣିପାରୁ ନାହୁଁ କ’ଣ ଖାଇବା ଓ କ’ଣ ନ ଖାଇବା କଥା । ଆମେ ଭୁଲରେ ଏମିତି କିଛି ଖାଦ୍ୟ ଖାଇଥାଉ ଯାହା ଦ୍ଵାରା ଆମ ଶରୀର ଖରାପ ମଧ୍ୟ ହୋଇଥାଏ । ତାହାହେଲେ ଆସନ୍ତୁ ଜାଣିବା ଖରାଦିନେ କ’ଣ ଖାଇବା ଅନୁଚିତ ।
ଖରାଦିନେ କେଉଁ ଖାଦ୍ୟ ଖାଇବେ ନାହିଁ ଜାଣନ୍ତୁ :-
ଖରା ଦିନରେ ଆମିଷ ଅଧିକ ଖାଇବା ଅନୁଚିତ୍ । ଆମିଷ ରୋଷେଇ କରିବା ବେଳେ ଏଥିରେ ଅଧିକ ତେଲ ମସଲା ଦିଆଯାଇଥାଏ । ଯାହାଦ୍ୱାରା ପେଟ ଖରାପ ହୋଇଥାଏ । ଏହା ଦ୍ୱାରା ଡାଇରିଆ ହେବାର ସମ୍ଭାବନା ଥାଏ। ଡାଇରିଆ ହେଲେ ଆମ ଦେହରେ ଜଳୀୟଅଂଶ କମ୍ ହୋଇଯାଇଥାଏ । ଆମେ ଦୁର୍ବଳ ହୋଇଯାଇଥାନ୍ତି । ଫଳରେ ବିଭିନ୍ନ ରୋଗ ମାଡ଼ିଆସେ ।
ଖରାଦିନରେ ଜଙ୍କ୍ ଫୁଡ୍ ଖାଇବା ଉଚିତ ନୁହେଁ। ଏହା ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ। ଏହାସହ ଫୁଡ୍ ପ୍ରୟୋଜନ ହେବାର ଅଧିକ ଆଶଙ୍କା ଥାଏ।ଅନେକ ଲୋକ ଅଦାପକା ଚାହା ପିଇବାକୁ ଭଲ ପାଆନ୍ତି। କିନ୍ତୁ ଗରମଦିନରେ ଅଦାପକା ଚାହା ଖାଇବା ଉଚିତ ନୁହେଁ । ଅଦାପକା ଚାହା ଦେହକୁ ଗରମ କରିଦେଇଥାଏ। ଆମ ଦେହ ଗରମ ହେଲେ ନାକରୁ ରକ୍ତ ବାହାରିବାର ଆଶଙ୍କା ଅଧିକ ଥାଏ ।
ଚଟାପଟା ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ବିଶେଷ କରି ରାସ୍ତାକଡ଼ରେ ବିକ୍ରି ହେଉଥିବା ଚଟପଟା ଖାଦ୍ୟ ଦେଖିଲେ ଆମ ପାଟିରୁ ଲାଳ ଆସିଯାଇଥାଏ। ଖରାଦିନରେ ଏହା ଖାଇବା ଅନୁଚିତ। ଏଥିରେ ଅଧିକ ତେଲ ଓ ମସଲା ପଡ଼ିଥାଏ। ଏହା ଖାଇବା ଦ୍ୱାରା ଗ୍ୟାସଟିକ୍ ହୋଇଥାଏ। ମାରାତ୍ମକ ରୋଗରେ ପଡ଼ିବାର ସମ୍ଭାବନା ଥାଏ ।
ପଢନ୍ତୁ ;
ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି : ପ୍ରେମୀ ଯୁଗଳଙ୍କୁ ପିଟିଲେ , ଲଣ୍ଡା କରି ବୁଲାଇଲେ