ବାସ୍ତୁଶାସ୍ତ୍ରରେ ଦାନକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି । ପୂଣ୍ୟ ଅର୍ଜନ ପାଇଁ ଲୋକମାନେ ଦାନ କରିଥାଆନ୍ତି । ତେବେ ଦାନ କରିବା ଦ୍ୱାରା ମଣିଷ ତା ଜୀବନରେ ସମସ୍ୟା ଗୁଡ଼ିକରୁ ମୁକ୍ତି ପାଇଥାଏ । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ଦାନ କରାଯାଏ ନାହିଁ । ମନେ ରଖନ୍ତୁ ଭୁଲରେ ବି ଏହି ସବୁ ଜିନିଷ ଦାନ କରନ୍ତୁ ନାହିଁ । କାରଣ ଏହି ଜିନିଷ ଦାନ କଲେ ପୁଣ୍ୟ ବଦଳରେ ପାପ ହେଇଥାଏ ।
କେଉଁ ଜିନିଷ ଦାନ କରିବେ ନାହିଁ ଜାଣନ୍ତୁ :-
- ଝାଡ଼ୁକୁ ଦାନ କରନ୍ତୁ ନାହିଁ । ଏହାକୁ ଅଶୁଭ କୁହାଯାଏ । ଝାଡ଼ୁ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ରାଗିଥାନ୍ତି ଓ ଘରେ ଧନର ଆଭାବ ଦେଖାଯାଏ । ଆପଣ ସବୁବେଳେ ଅଶାନ୍ତିରେ ରହିବେ।
- ତେଲ ଦାନ କଲା ବେଳେ ଯେମିତି ତେଲ ତଳେ ନପଡେ଼ କାରଣ ତଳେ ପଡିବା ଅଶୁଭ ମାନା ଯାଏ । ଏହା ଦ୍ଵାରା ଆପଣଙ୍କ ବଡ କ୍ଷତି ହବାର ସମ୍ଭାବନା ଅଛି ।
- ବଳି ଯାଇଥିବା ବାସି ଖାଇବା ଦାନ କରିବା କରନ୍ତୁ ନାହିଁ । ଏହା ଦ୍ଵାରା ଘରେ ବିମାରୀ ଲାଗି ରହେ । ଘରେ ଅଶୁଭ ଦ୍ରୁଷ୍ଟି ପଡିଥାଏ ।
- ଷ୍ଟିଲ୍ ଜିନିଷ ଦାନ କଲେ ଘରର ସୁଖ ଶାନ୍ତି ବିଗିଡି ଯାଏ । ତେବେ ଆପଣ କାହାକୁ କେବେ ବି ଏହି ଜିନିଷ ଦିଅନ୍ତୁ ନାହିଁ ।
- ବିଶେଷ କରି ଆପଣ କାହା କୁ ଲୁଣ ଦାନ କରନ୍ତୁ ନାହିଁ କି କାହାଠୁ ଲୁଣ ନିଅନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣ ଋଣି ହୋଇ ପାରନ୍ତି ।
ପଢନ୍ତୁ ;